ସତ୍ୟପାଠ: ରାହୁଲଙ୍କ ପାଖରେ ରହିଛି ୨୦ କୋଟି ଟଙ୍କାର ସମ୍ପତ୍ତି
ନୂଆଦିଲ୍ଲୀ: କଂଗ୍ରେସ ସାଂସଦ ତଥା ଦଳର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧି ଚଳିତ ସାଧାରଣ ନିର୍ବାଚନ ପାଇଁ ୱାୟନାଡ଼ ଆସନରୁ ନାମାଙ୍କନ ଭରିଛନ୍ତି। ନାମାଙ୍କନ ଭରିବା ସମୟରେ ସତ୍ୟପାଠରେ ତାଙ୍କ ସମ୍ପତ୍ତି ବାବଦରେ ଉଲ୍ଲେଖ କରିଛନ୍ତି, ଯେଉଁଥିରେ ତାଙ୍କ ମାଲିକାନାରେ ଗୋଟିଏ ହେଲେ ଗାଡି କି ଫ୍ଲାଟ୍ ନଥିବା ଦର୍ଶାଇଛନ୍ତି।ରାହୁଲଙ୍କ ଶ୍ୱେତପତ୍ର ଅନୁସାରେ, ତାଙ୍କ ପାଖରେ ୨୦ କୋଟି ଟଙ୍କାର ସମ୍ପତ୍ତି ରହିଛି। ସେଥି ମଧ୍ୟରୁ ୯.୨୪ କୋଟି ମୂଲ୍ୟର ସ୍ଥାବର ଏବଂ ୧୧.୧୫ କୋଟି ମୂଲ୍ୟର ଅସ୍ଥାବର ସମ୍ପତ୍ତି ରହିଛି। ୫୫,୦୦୦ ନଗଦ ଟଙ୍କା, ୨୬.୨୫ ଲକ୍ଷ ବ୍ୟାଙ୍କ ଡିପୋଜିଟ, ବଣ୍ଡ ଏବଂ ଶେଆରରେ ୪.୩୩ କୋଟି, ମ୍ୟୁଚୁଆଲ ଫଣ୍ଡରେ ୩.୮୧ କୋଟି, ଗୋଲ୍ଡ ବଣ୍ଡରେ ୧୫.୨୧ ଲକ୍ଷ ଏବଂ ୪.୨୦ ଲକ୍ଷ ଟଙ୍କାର ଅଳଙ୍କାର ରହିଛି।
ଏହା ବ୍ୟତୀତ ଦିଲ୍ଲୀର ମେହେରୁଲିରେ କୃଷି ଜମି ରହିଛି, ଯାହା ସେ ତାଙ୍କ ଭଉଣୀ ତଥା କଂଗ୍ରେସ ନେତା ପ୍ରିୟଙ୍କା ଗାନ୍ଧି ଭଦ୍ରାଙ୍କ ସହ-ମାଲିକାନାରେ ବୋଲି ରାହୁଲ ଗାନ୍ଧି ଉଲ୍ଲେଖ କରିଛନ୍ତି। ତାଙ୍କର ମଧ୍ୟ ଗୁରୁଗ୍ରାମରେ ୯ କୋଟିରୁ ଅଧିକ ମୂଲ୍ୟର ଅଫିସ ରହିଛି। କିନ୍ତୁ କୃଷି ଜମିକୁ ପୈତୃକ ସମ୍ପତ୍ତି ଭାବରେ ଉଲ୍ଲେଖ କରାଯାଏ ନାହିଁ।