ଭୁବନେଶ୍ୱର ତା. ୦୪.୪- ଦେଶ ଏବଂ ଓଡ଼ିଶା ରାଜ୍ୟକୁ ଶିଳ୍ପ ସମୃଦ୍ଧ କରିବାକୁ ମୋଦୀ ଓ ନବୀନ ସରକାରଙ୍କର ଆନ୍ତରିକତା ନାହିଁ । କଂଗ୍ରେସ ସମୟରେ ଦେଶକୁ ଶିଳ୍ପ ସମୃଦ୍ଧ କରିବାକୁ ୨୦୧୧ ଅକ୍ଟୋବର ମାସରେ ତତ୍କାଳୀନ କଂଗ୍ରେସ ସରକାର ଜାତୀୟ ଉତ୍ପାଦ ନୀତି ପ୍ରଣୟନ କଲେ । ମୋଦୀ ସରକାର ଜାତୀୟ ଶିଳ୍ପନୀତିକୁ ନକଲ କରି ତା ଉପରେ ଲଗୋ ଲଗାଇ ମେକଇନ ଇଣ୍ଡିଆ ନାମ ଦେଇ ନିଜର ବାହା ବାହା ନେବାକୁ ଚେଷ୍ଟା କରିଛନ୍ତି ବୋଲି ଆଜି କଂଗ୍ରେସ ଭବନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ପ୍ରଦେଶ କଂଗ୍ରେସ କମିଟିର ମୁଖପାତ୍ର ଶ୍ରୀ ପଂଚାନନ ଦାସ କହିଛନ୍ତି । ଶ୍ରୀ ଦାସ ଆହରି ମଧ୍ୟ କହିଛନ୍ତି ଉଭୟ ସରକାରର ଶିଳ୍ପ ନୀତି ବିଫଳ ଯଦ୍ୱାରା ଦେଶ ଓ ରାଜ୍ୟର ଯୁବପିଢ଼ୀ ରୋଜଗାର ନପାଇ ଜୀବନ ଜୀବିକା ସହ ସଂଘର୍ଷ କରି ଅନ୍ୟତ୍ର ଯାଇ ନିର୍ଯ୍ୟାତିତ ହେଉଛନ୍ତି । ଶିଳ୍ପ (କାରଖାନା) ବିକାଶର ଗୋଟିଏ ପ୍ରମୁଖ ଅଙ୍ଗ । ଗୋଟିଏ କାରଖାନା ହେଲେ ଖାଲିଯେ କାରଖାନାରେ କର୍ମ ନିଯୁକ୍ତି ମିଳିବ ସେତିକି ନୁହେଁ ଯେଉଁଠାରେ ବଡ଼ ବଡ଼ ଶିଳ୍ପ ଗଢ଼ି ଉଠିବ ତାର ଆଖପାଖରେ ଟାଉନସିପ୍ ଗଢ଼ିଉଠିବ ଯାହା ବେପାର ବଣିଜର ସୁଯୋଗ ସୃଷ୍ଟି କରିବା ସଂଗେ ସଂଗେ ପରିବହନ ରପ୍ତାନୀ ପରି ପରୋକ୍ଷରେ ବହୁତ ପ୍ରକାର ଅର୍ଥନୈତିକ ଅଭିବୃଦ୍ଧି ସୃଷ୍ଟି କରିବ । ସେହି ବୃହତ ବଡ଼ ଶିଳ୍ପକୁ ବିଭିନ୍ନ କଂଚାମାଲ ଏବଂ ଆନସଙ୍ଗିକ ଯୋଗାଇବାକୁ ଛୋଟ ଛୋଟ ଶିଳ୍ପ ମଧ୍ୟ ପାଖ ଆଖରେ ଗଢ଼ି ଉଠେ । କଂଗ୍ରେସ ସମୟରେ ନାଲ୍କୋ ଏବଂ ରାଉରକେଲା ଇସ୍ପାତ କାରଖାନା ଜ୍ୱଳନ୍ତ ଉଦାହରଣ । ଏମିତିକି ଛୋଟ ଛୋଟ ଶିଳ୍ପ କାରଖାନା ପ୍ରତ୍ୟକ୍ଷରେ ନିଯୁକ୍ତି ସୃଷ୍ଟି କରିବା ସଂଗେ ସଂଗେ ପରୋକ୍ଷରେ ବହୁତ ରୋଜଗାରର ସୃଷ୍ଟି କରିଥାଏ । ସେଥିପାଇଁ ଶିଳ୍ପ କାରଖାନା ପ୍ରତିଷ୍ଠ କରିବା ଉପରେ କଂଗ୍ରେସ ସବୁବେଳେ ଗୁରୁତ୍ୱ ଦେଇ ଆସିଛି । ଦେଶର ଆର୍ଥିକ ଉନ୍ନତିର ଶିଳ୍ପକାରଖାନାର ମହତ୍ୱ ବୁଝି ଉପା ସରକାର ୨୦୧୧ ମସିହାରେ ଜାତୀୟ ଉତ୍ପାଦନ ନୀତି ଆଣିଲେ । (ଘବଗ୍ଧସକ୍ଟଦ୍ଭବକ୍ଷ ଗବଦ୍ଭଙ୍କଲବମଗ୍ଧଙ୍କକ୍ସସଦ୍ଭଶ ଚକ୍ଟକ୍ଷସମଚ୍ଚ) ଜାତୀୟ ଉତ୍ପାଦନ ନୀତିର ମୁଖ୍ୟ ଉଦେ୍ଦଶ୍ୟ ହେଉଛି ୨୦୨୨ ସୁଦ୍ଧା ଜିଡିପିରେ ଉତ୍ପାଦନର ଅଂଶକୁ ଅତି କମରେ ୨୫% କୁ ବୃଦ୍ଧି କରିବା; ଚାକିରି ସୃଷ୍ଟିର ହାର ବୃଦ୍ଧି କରିବାକୁ ୨୦୨୨ ସୁଦ୍ଧା ୧୦୦ ନିୟୁତ ଅତିରିକ୍ତ ନିଯୁକ୍ତି ସୃଷ୍ଟି କରିବାକୁ ଏବଂ ବିଶ୍ୱରେ ପ୍ରତିଦ୍ୱନ୍ଦିତାକୁ ବୃଦ୍ଧି କରିବା, ଘରୋଇ ମୂଲ୍ୟ ଯୋଗ ବୃଦ୍ଧି କରିବା, ବୈଷୟିକ ଗଭୀରତା ବୃଦ୍ଧି କରିବା ଏବଂ ଅଭିବୃଦ୍ଧି ସାଙ୍ଗରେ ପରିବେଶ ସ୍ଥିରତା ବୃଦ୍ଧି କରିବା । ମେକ ଇନ ଇଣ୍ଡିଆ, ଜିରୋ ଡିଫେକ୍ଟ ଏସବୁ ଏହି ଜାତୀୟ ଉତ୍ପାଦ ପଲିସିର ଅଂଶମାତ୍ର । ଏଥିରେ କିଛି ନୂତନ୍ୱତ ନାହିଁ । ଶିଳ୍ପ କ୍ଷେତ୍ରରେ ବ୍ୟାପକ ତଥ୍ୟ ସଂଗ୍ରହ କରିବାକୁ ଭାରତ ସରକାର ବାର୍ଷିକ ଶିଳ୍ପ ସର୍ଭେ ପ୍ରତିବର୍ଷ କରନ୍ତି । ଏହା ଗୋଟିଏ ଆଇନଗତ ସର୍ଭେଷଣ । ବାର୍ଷିକ (ଏସଆଇ) ୧୯୫୯ ରୁ କରା ଯାଉଅଛି । ଭାରତ ସରକାରଙ୍କର ୨୦୨୦-୨୧ ଏବଂ ୨୦୨୧-୨୨ ବର୍ଷର ବାର୍ଷିକ ଶିଳ୍ପ ସର୍ଭେ ରିପୋଟ ଗତ ଫେବୃଆରୀ ମାସରେ ପ୍ରକାଶ ପାଇଛି ।
ଏହି ରିପୋର୍ଟ ଅନୁଯାୟୀ ଭାରତ ମୋଟ କାରଖାନାର ୫୦%ରୁ ଅଧିକ କାରଖାନା ୫ଟି ରାଜ୍ୟରେ ଅବସ୍ଥାପିତ । ସେଗୁଡ଼ିକ ହେଲା ତାମିଲନାଡ଼ୁ, ଗୁଜୁରାଟ, ମହାରାଷ୍ଟ୍ର ଉତରପ୍ରଦେଶ ଏବଂ ଆନ୍ଦ୍ରପ୍ରଦେଶ । ୨୦୨୧-୨୨ ବର୍ଷରେ ଓଡ଼ିଶାରେ ୩୨୦୪ ପଞ୍ଜିକୃତ କାରଖାନା ମାନଙ୍କ ମଧ୍ୟରୁ ମାତ୍ର ୨୬୯୨ କାରଖାନା କାର୍ଯ୍ୟରତ ଥିବାବେଳେ (ଯାହା ପୂର୍ବ ବର୍ଷ ତୁଳନାରେ କମ ପୂର୍ବ ୩୨୪୬ କାରଖାନା ପଞ୍ଜିକୃତ ହୋଇଥିବା ବେଳେ କାର୍ଯ୍ୟରତ ୨୯୦୨ ଟି ଥିଲା) ସର୍ବ ଭାରତରେ ୨,୪୯,୯୮୭ ପଞ୍ଜିକୃତ କାରଖାନା ମାନଙ୍କ ମଧ୍ୟରୁ ୨,୦୦,୫୭୬ କାର୍ଯ୍ୟରତ ଥିଲା । ୧୬ ରାଜ୍ୟର କାର୍ଯ୍ୟରତ କାରଖାନା ସଂଖ୍ୟା ଓଡ଼ିଶା ଉପରେ ଥିଲା । ସେହି ବର୍ଷ ଓଡ଼ିଶାରେ କାରଖାନାରେ ୩୨୬୪୬ ଜଣ ନିଯୁକ୍ତି ପାଇଥିବା ବେଳେ ଅନ୍ୟ ୧୨ ରାଜ୍ୟରେ ଓଡ଼ିଶାଠାରୁ ଅଧିକ ନିଯୁକ୍ତି ଯୋଗାଇ ଦିଆଯାଇଛି । ରାଜ୍ୟରେ ଶିଳ୍ପର ବିକାଶ ତଥା ଶିଳ୍ପ କ୍ଷେତ୍ରରେ ବ୍ୟାପକ ପୁଞ୍ଜି ନିବେଶ କରି ନିଯୁକ୍ତି ସୃଷ୍ଟି ନିମନ୍ତେ ରାଜ୍ୟ ସରକାର ୧୨୬ଟି ସ୍ଥାନରେ ଶିଳ୍ପାଂଚଳ ପ୍ରତିଷ୍ଠା କରି ଶିଳ୍ପ ପ୍ରତିଷ୍ଠା ନିମନ୍ତେ ୬ ହଜାର ୭୮୨ ଉଦ୍ୟୋଗୀଙ୍କୁ ଜମି ଓ ସେଡ ଆବଂଟନ କରିଥିବାବେଳେ ସେଥିରୁ ମାତ୍ର ୩ ହଜାର ୨୪୧ ୟୁନିଟ କାର୍ଯ୍ୟକ୍ଷମ ଅଛି । ଅର୍ଥାତ ୫୦% ଅଧିକ ୟୁନିଟ କାର୍ଯ୍ୟକ୍ଷମ ହୋଇନାହିଁ, କାରଖାନା ବନ୍ଦ, କାର୍ଯ୍ୟରତ ନାହିଁ କିମ୍ବା ଖାଲିପଡ଼ିଛି । ଓଡ଼ିଶାରେ ୯ଟି ଜିଲ୍ଲାରେ ୯୦% କାରଖାନା ସ୍ଥାପିତ ହେବାକୁ ଜାଗା କିମ୍ବା ସେଡ ଆବଂଟନ କରାଯାଇଛି । କାରଖାନା ସଂଖ୍ୟ ବୃଦ୍ଧି ଏବଂ ସବୁ ଜିଲ୍ଲାରେ କାରଖାନା ପ୍ରତିଷ୍ଠା ପାଇଁ ସୁଯୋଗ ସୃଷ୍ଟି ନହେଲେ ଜିଲ୍ଲା ମାନଙ୍କ ଭିତରେ ଆୟ ବିଷମତା ଲାଗି ରହିବ । କେତେ ଇନଭେଷ୍ଟମେଂଟ ଆସିଲା ସେଇଟା ବଡ଼ କଥା ନୁହେଁ, ସେଥିରୁ କେତେ କାରଖାନା କାର୍ଯ୍ୟକଲା ଏବଂ ରାଜ୍ୟ ବାସୀଙ୍କ ପାଇଁ କେତେ ନିଯୁକ୍ତିର ସୁଯୋଗ ସୃଷ୍ଟିକଲା ସେଇଟା ବଡ଼ କଥା । କାରଖାନାର ସଂଖ୍ୟା ଯେତେ ବେଶୀ ହେବ ଏବଂ ତାହା ଯେତେ ବେଶୀ ଜାଗାକୁ ବ୍ୟାପିବ ବିକାଶ ସେତେ ବିସ୍ତାର ହେବ । ଓଡ଼ିଶାର ଖଣି ଖାଦାନ ଥାଇ ଓଡ଼ିଶା ଗରିବ ଥିବା ପରି ଏତେ ପୁଞ୍ଜିନିବେଶ ହୋଇ ମଧ୍ୟ ୨୫ ବର୍ଷ ଶାସନ କରି କାରଖାନାର ସଂଖ୍ୟା ବୃଦ୍ଧି ଏବଂ ନିଯୁକ୍ତି ସୃଷ୍ଟି କରିବାର ଓଡ଼ିଶା ଗୋଟିଏ ଅଗ୍ରଣୀ ରାଜ୍ୟ ହୋଇପାରି ନାହିଁ ବୋଲି ବୋଲି ଶ୍ରୀ ଦାଶ ଅଭିଯୋଗ ଆଣିଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀରେ ପିସିସି ପ୍ୟାନେଲିଷ୍ଟ ନଳିନୀକାନ୍ତ ନାୟକ ଓ ସଂଗ୍ରାମ କିଶୋର ମାଝୀ ଉପସ୍ଥିତ ଥିଲେ ।