ଟିକାବାଲି ବ୍ଲକ କଂଗ୍ରେସ ତରଫରୁ ମିଶ୍ରଣ ପର୍ବ , ବିଜେଡି ଛାଡି ୨୦ ରୁ ଅଧିକ କର୍ମୀ କଂଗ୍ରେସରେ ଯୋଗ ଦେଲେ
ଟିକାବାଲି ବ୍ଲକ କଂଗ୍ରେସ ତରଫରୁ ମିଶ୍ରଣ ପର୍ବ , ବିଜେଡି ଛାଡି ୨୦ ରୁ ଅଧିକ କର୍ମୀ କଂଗ୍ରେସରେ ଯୋଗ ଦେଲେ

ଟିକାବାଲି - କଁଇଝର ଠାରେ ଟିକାବାଲି ବ୍ଲକ କଂଗ୍ରେସ ତରଫରୁ ଏକ କର୍ମୀ ସମ୍ମିଳନୀ ଓ ମିଶ୍ରଣ ପର୍ବ କରାଯାଇଥିଲା। ଉକ୍ତ ସମ୍ମିଳନୀରେ ବ୍ଲକର ୫୦୦ ରୁ ଉର୍ଦ୍ଧ ଉସ୍ତାହି କର୍ମୀଙ୍କ ଗହଣରେ ଆଗାମୀ ଦିନରେ ସଂଗଠନ ମଜବୁତ୍ କରିବା ସହିତ କଂଗ୍ରେସ ଆରମ୍ଭ କରିଥିବା ଲୋକାଭିମୁଖି କାର୍ଯ୍ୟ କିପରିଭାବେ ଲୋକଙ୍କ ପାଖରେ ପହଞ୍ଚି ପାରିବ, ସେଇଥିପାଇଁ ରୋଡମ୍ୟାପ୍ ପ୍ରସ୍ତୁତି କରାଯାଇଥିଲା।
ବିଜେଡି ଛାଡି ୨୦ ରୁ ଅଧିକ କର୍ମୀ କଂଗ୍ରେସରେ ଯୋଗ ଦେଲେ। ଉକ୍ତ ସମ୍ମିଳନୀକୁ ଟିକାବାଲି ବ୍ଲକ କଂଗ୍ରେସର ସଭାପତି ଗୋକୁଳ ପ୍ରଧାନ ପୌରହିତ କରୁଥିଲେ ଓ ଜିଲ୍ଲା ସଭାପତି ଅନାମ ନାଏକ, AICC ସଭ୍ୟ ବିସ୍ମୟ ମହାପାତ୍ର, ପୂର୍ବତନ ସାଂସଦ ନକୁଳ ନାୟକ, ପୂର୍ବତନ ବିଧାୟକ ଜାକବ୍ ପ୍ରଧାନ ଓ ଅଜୟନ୍ତି ପ୍ରଧାନ, ରାଜୀବ ଗାନ୍ଧୀ ପଞ୍ଚାୟତ ରାଜ ସଂଗଠନର ଜିଲ୍ଲା ସଂଯୋଜକ ପ୍ରତାପ ପ୍ରଧାନ, ପିସିସି ସଭ୍ୟ ସନ୍ତୋଷ ପଟ୍ଟନାୟକ, ମହିଳା କଂଗ୍ରେସ ସଭାନେତ୍ରୀ ରୁଦା ମଲ୍ଲିକ, ବରିଷ୍ଠ କଂଗ୍ରେସ ନେତା ଅମିର ଚାନ୍ଦ ନାୟକ, ସମିତି ସଭ୍ୟା କୃଷ୍ନାପ୍ରିୟା ପ୍ରଧାନ, କାଉନସିଲର ଜାକେଶ ପ୍ରଧାନ, ଜିଲ୍ଲା ଆଦିବାସୀ ସେଲ୍ ର ଅଧ୍ୟକ୍ଷ ବୀରେନ୍ଦ୍ର ପ୍ରଧାନ ଓ ଜିଲ୍ଲାର ବୟୋଜ୍ଯଷ୍ଠ ନେତୃବୃନ୍ଦ ଯୋଗଦେଇଥିଲେ। ଟିକାବାଲି ବ୍ଲକ କଂଗ୍ରେସର ଉସ୍ତାହି ନେତା ଅନନ୍ତ, ଚନ୍ଦନ, ପ୍ରଫୁଲ୍ଲ ଓ ଅନ୍ୟମାନେ ପରିଚାଳନା କରିଥିଲେ।