ଛାତ୍ରନେତାଙ୍କ ପରଲୋକ ଶୋକସନ୍ତପ୍ତ ପରିବାରକୁ ସମବେଦନା ଜଣାଇଲେ କଟକ ଜିଲ୍ଲା କଂଗ୍ରେସ ସଭାପତି ମାନସ ଚୌଧୁରୀ ।
ଢେଙ୍କାନାଳ:ଢେଙ୍କାନାଳ ଜିଲ୍ଲା ତଳମୂଳ ଗ୍ରାମ ତଥା ବଅଁରପାଳର ବିଶିଷ୍ଟ ସମାଜସେବୀ ଦକ୍ଷ ସଙ୍ଗଠନ ତଥା ଛାତ୍ରନେତା କୁଞ୍ଜ ବିହାରୀ ତ୍ରିପାଠୀଙ୍କ ବିୟୋଗରେ ସ୍ଥାନୀୟ ଅଞ୍ଚଳରେ ନ ଶୋକର ଛାୟା ଖେଳିଯାଇଛି । ସ୍ୱର୍ଗତଃ ତ୍ରିପାଠୀ ଜଣେ ପରିଚିତ ବ୍ୟବସାୟୀ ହୋଇଥିବା ବେଳେ ୧୯୭୬ ମସିହାରେ ଅନୁଗୁଳ ସରକାରୀ ମହାବିଦ୍ୟାଳୟର ଛାତ୍ରନେତାଭାବରେ ବେଶ ପରିଚିତ ଥିଲେ ।ମେରାମଣ୍ଡଳୀ ଶିକ୍ଷା କରେ ବେଶ ପରିଚିତ ଥିବା ସମାଜସେବୀ ସ୍ଵର୍ଗତଃ ଧଳ ଆଳିତ କ୍ଷତିଗ୍ରସ୍ତ ପ୍ରଜାସଙ୍ଘର ଉପସଭାପତି ଭାବରେ କାର୍ଯ୍ୟକରିବା ସହିତ ଓଡିଶା କ୍ରସର ସଙ୍ଘର ସଭ୍ୟ, ଗୁଡିଆକାଟେଣୀ କ୍ରସର ସଙ୍ଘରେ କାର୍ଯ୍ୟ କରି ପରିଚିତ ଥିଲେ ।
ଦିର୍ଘଦିନ ହେବ କର୍କଟରୋଗରେ ପିଡିତ ହୋଇ ଆପୋଲୋ ହସପିଟାଲରେ ଚିକିତ୍ସିତ ହେଉଥିବା ବେଳେ ସୋମବାରତାଙ୍କର ପରଲୋକ ଘଟିଛି ।ତାଙ୍କ ମୃତ୍ୟୁ ରେ କଟକ ଜିଲ୍ଲାର କଂଗ୍ରେସ ସଭାପତି ଶ୍ରୀ ମାନସ ରଞ୍ଜନ ଚୌଧୁରୀ ଶୋକ ପ୍ରକାଶ କରିବା ସହିତ ବିଜେପି ନେତା ପୁଇନ୍ ସାହୂ ଦୁଃଖ ପ୍ରକାଶ କରିଛନ୍ତି । । ତାଙ୍କ ମୃତ୍ୟୁ ବେଳକୁ ବଡଭାଈ ବନବିହାରୀ ତ୍ରିପାଠୀ, ପୁଅସୋନୁ ତ୍ରିପାଠୀ,ପୁତ୍ର ବଧୁ, ପୁତୁରା ଚିନୁ ତିପ୍ରାଠୀଙ୍କ ସହିତ ପିଲାଦିନର ସାଙ୍ଗ ଭାବରେ ନରେନ୍ଦ୍ର ସାହୁ, ବିନୋଦ ସାହୁ,ଅଖିଳ ମହାପାତ୍ର, ରଞ୍ଜନ ସାହୁ,ରବି ନାରାୟଣ ସାହୁ, ବିଜୟ ଧଳ,କୌରାଙ୍ଗ ରାଉତ, ନାରାୟଣରାଉତ,ବଟକୃଷ୍ଣ ସାମଲ ଉପସ୍ଥିତ ରହିଥିଲେ ।




admin 