ବିଶିଷ୍ଟ ସମାଜସେବୀ ତଥା ଛାତ୍ରନେତାଙ୍କ ପରଲୋକ ଶୋକସନ୍ତପ୍ତ ପରିବାରକୁ ସମବେଦନା ଜଣାଇଲେ ସଦର ବିଧାୟକ

ବିଶିଷ୍ଟ ସମାଜସେବୀ ତଥା ଛାତ୍ରନେତାଙ୍କ ପରଲୋକ ଶୋକସନ୍ତପ୍ତ ପରିବାରକୁ ସମବେଦନା ଜଣାଇଲେ ସଦର ବିଧାୟକ

ଢେଙ୍କାନାଳ:ଢେଙ୍କାନାଳ ଜିଲ୍ଲା ତଳମୂଳ ଗ୍ରାମ ତଥା ବଅଁରପାଳର ବିଶିଷ୍ଟ ସମାଜସେବୀ ଦକ୍ଷ ସଙ୍ଗଠନ ତଥା ଛାତ୍ରନେତା କୁଞ୍ଜ ବିହାରୀ ତ୍ରିପାଠୀଙ୍କ ବିୟୋଗରେ ସ୍ଥାନୀୟ ଅଞ୍ଚଳରେ ନ ଶୋକର ଛାୟା ଖେଳିଯାଇଛି । ସ୍ୱର୍ଗତଃ ତ୍ରିପାଠୀ ଜଣେ ପରିଚିତ ବ୍ୟବସାୟୀ ହୋଇଥିବା ବେଳେ ୧୯୭୬ ମସିହାରେ ଅନୁଗୁଳ ସରକାରୀ ମହାବିଦ୍ୟାଳୟର ଛାତ୍ରନେତାଭାବରେ ବେଶ ପରିଚିତ ଥିଲେ ।ମେରାମଣ୍ଡଳୀ ଶିକ୍ଷା କରେ ବେଶ ପରିଚିତ ଥିବା ସମାଜସେବୀ ସ୍ଵର୍ଗତଃ ଧଳ ଆଳିତ କ୍ଷତିଗ୍ରସ୍ତ ପ୍ରଜାସଙ୍ଘର ଉପସଭାପତି ଭାବରେ କାର୍ଯ୍ୟକରିବା ସହିତ ଓଡିଶା କ୍ରସର ସଙ୍ଘର ସଭ୍ୟ, ଗୁଡିଆକାଟେଣୀ କ୍ରସର ସଙ୍ଘରେ କାର୍ଯ୍ୟ କରି ପରିଚିତ ଥିଲେ । ଦିର୍ଘଦିନ ହେବ କର୍କଟରୋଗରେ ପିଡିତ ହୋଇ ଆପୋଲୋ ହସପିଟାଲରେ ଚିକିତ୍ସିତ ହେଉଥିବା ବେଳେ ସୋମବାରତାଙ୍କର ପରଲୋକ ଘଟିଛି ।ତାଙ୍କ ମୃତ୍ୟୁ ବେଳକୁ ବଡଭାଈ ବନବିହାରୀ ତ୍ରିପାଠୀ, ପୁଅସୋନୁ ତ୍ରିପାଠୀ,ପୁତ୍ର ବଧୁ, ପୁତୁରା ଚିନୁ ତିପ୍ରାଠୀଙ୍କ ସହିତ ପିଲାଦିନର ସାଙ୍ଗ ଭାବରେ ନରେନ୍ଦ୍ର ସାହୁ, ବିନୋଦ ସାହୁ,ଅଖିଳ ମହାପାତ୍ର, ରଞ୍ଜନ ସାହୁ,ରବି ନାରାୟଣ ସାହୁ, ବିଜୟ ଧଳ,କୌରାଙ୍ଗ ରାଉତ, ନାରାୟଣରାଉତ,ବଟକୃଷ୍ଣ ସାମଲ ଉପସ୍ଥିତ ରହିଥିଲେ । ତାଙ୍କ ମୃତ୍ୟୁରେ ସ୍ଥାନୀୟ ଅଞ୍ଚଳରେ  ଶୋକର ଛାୟାଖେଳିଯିବା ସହିତ ଏକ ଶୋଭାଯାତ୍ରା କରାଯାଇ ଶେଷରେ ତାଙ୍କ ଜନ୍ମମାଟି ତଳମୁଳରେ ଶେଷକୃତ୍ୟସମ୍ପନ୍ କରାଯାଇଥିଲା । ତାଙ୍କ ମୃତ୍ୟୁଶଯ୍ୟା ନିକଟରେ ବିଶିଷ୍ଟ ଶିଳ୍ପପ୍ରତି ଗଙ୍ଗାଧର ସାମଲ ଉପସ୍ଥିତ ଥିବା ବେଳେ ପୂର୍ବତନ ପୌରାଧ୍ୟକ୍ଷ ଇନ୍ଦ୍ରମଣି ବେହେରା, ସଦର ବିଧାୟକ ସୁଧୀର କୁମାର ସାମଲ, କୃଷକ ମୋର୍ଚ୍ଚା ସଭାପତି ନରୋ ମ ସାହୁ ପ୍ରମୁଖ ଶୋକସନ୍ତପ୍ତ ପରିବାରକୁ ସମବେଦନା ଜଣାଇଛନ୍ତି ।