ବ୍ଲାକ୍ କଫି ଅଧିକ ପିଉଥିଲେ
ବର୍ତ୍ତମାନ ବ୍ଲାକ୍ କଫି ପିଇବା ଅନେକଙ୍କ ସଉକ ପାଲଟିଗଲାଣି । ଶରୀର ପାଇଁ ବ୍ଲାକ୍ କଫି ଭଲ ବୋଲି କୁହାଯାଏ । ହେଲେ ଅଧିକ ବ୍ଲାକ୍ କଫି ପିଇବା ବି ସ୍ୱାସ୍ଥ୍ୟପକ୍ଷେ ହାନିକାରକ ।
କଫିରେ ଅମ୍ଳ ପରିମାଣ ଅଧିକ । ତେଣୁ ଅଧିକ କଫି ପିଇବା ଦ୍ୱାରା ଏସିଡିଟି, ଛାତି ଜଳିବା, ପିଏଚ୍ ବାଲାନ୍ସ ଅସନ୍ତୁଳିତ ହେବା, ବଦହଜମୀ ହେବା ସହ ହାଡ଼ ଏବଂ ଗଣ୍ଠିରେ ଯନ୍ତ୍ରଣା ସମସ୍ୟା ଦେଖାଦେଇଥାଏ ।
କଫିରେ ଅଧିକ ପରିମାଣରେ କଫିନ୍ ରହିଥାଏ ଯାହା କୋଷ୍ଠକାଠିନ୍ୟ ସମସ୍ୟା ବଢ଼ାଇଥାଏ । କଫି ଆଡ଼ିକ୍ସନ ହୋଇଗଲେ ଦିନେ ନପିଇଲେ ମୁଣ୍ଡ ବିନ୍ଧା, ଅଳସୁଆ ବା ମାନ୍ଦା ଲାଗିବା ଭଳି ସମସ୍ୟା ଉପୁଜିଥାଏ ।
କଫିରେ ଥବା କଫିନ୍ ଆଡ୍ରେନାଲ୍ ଗ୍ଲାଣ୍ଡକୁ ଶରୀରକୁ ଶକ୍ତି ଯୋଗାଉଥିବା ହରମୋନ କ୍ଷରଣ କରିବାରେ ସାହାଯ୍ୟ କରିଥାଏ । ତେଣୁ ଅଳ୍ପ ପରିମାଣରେ ଏହାକୁ ପିଇବା ସ୍ୱାସ୍ଥ୍ୟପକ୍ଷେ ଲାଭଦାୟକ ।




admin 