ମଦୁଆ ଚାଳକ ସାବଧାନ: ମାସସାରା କଡାକଡି ଯାଞ୍ଚ କରିବାକୁ ନିର୍ଦ୍ଦେଶ

ମଦୁଆ ଚାଳକ ସାବଧାନ: ମାସସାରା କଡାକଡି ଯାଞ୍ଚ କରିବାକୁ ନିର୍ଦ୍ଦେଶ

ଭୁବନେଶ୍ୱର: ନୂଆବର୍ଷ ପୂର୍ବରୁ ଆରମ୍ଭ ହୋଇଛି ପିକନିକ୍ ଋତୁ । ପରିବାର ସହ ପିକନିକ୍ ମନାଇବାକୁ ଯାଉଛନ୍ତି ଲୋକେ । ଏହି ସମୟରେ ଦୁର୍ଘଟଣା ହେବାର ସମ୍ଭାବନା ମଧ୍ୟ ଥିବାରୁ ଏହାକୁ କିଭଳି କମାଇ ହେବ ତାକୁ ଗୁରୁତ୍ୱ ଦେଇଛନ୍ତି ରାଜ୍ୟ ସରକାର । ସେଥିପାଇଁ ମାସସାରା କଡାକଡି ଯାଞ୍ଚ କରିବାକୁ ପରିବହନ ବିଭାଗ ସଚିବ ଉଷା ପାଢୀ ନିର୍ଦ୍ଦେଶ ଦେଇଛନ୍ତି । ରାସ୍ତାରେ ବେଆଇନ୍ ଭାବେ ପାର୍କିଂ ସହ ଦ୍ରୁତ ଗତିରେ ଗାଡି ଚଲାଉଥିବା ଚାଳକ ଏବଂ ନିଶାଶକ୍ତ ଡ୍ରାଇଭରଙ୍କ ଉପରେ ପରିବହନ ବିଭାଗର ରହିବ ନଜର । ଯିଏ ନିୟମ ଭାଙ୍ଗିବ ତାଙ୍କ ବିରୋଧରେ କଡା କାର୍ୟ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ରହିଛି । ଗତ ଡିସେମ୍ବର ପହିଲାରୁ ୭ ତାରିଖ ଯାଏ ରାଜ୍ୟରେ ଦୁର୍ଘଟଣା ଶୂନ୍ୟ ମୃତ୍ୟୁ ସପ୍ତାହ ପାଳନ ହୋଇଥିଲା । କିନ୍ତୁ ଏହି ସମୟରେ ସାରା ରାଜ୍ୟରେ ୮୦ ଜଣ ପ୍ରାଣ ହରାଇଥିଲେ ।