କ୍ୟାବିନେଟ୍‌ ମୋହର: ମା’ ମଝିଘରିଆଣୀ ମନ୍ଦିରକୁ ବିନା ପ୍ରିମିୟମ୍‌ରେ ଜମି

କ୍ୟାବିନେଟ୍‌ ମୋହର: ମା’ ମଝିଘରିଆଣୀ ମନ୍ଦିରକୁ ବିନା ପ୍ରିମିୟମ୍‌ରେ ଜମି

ଭୁବନେଶ୍ବର : ରାୟଗଡ଼ା ଜିଲ୍ଲାର ମା’ ମଝିଘରିଆଣୀ ମନ୍ଦିରର ଭିତ୍ତିଭୂମି ବିକାଶ ନିମନ୍ତେ ରାଜ୍ୟ ସରକାର ବିନା ପ୍ରିମିୟମ୍‌ ଓ ବିନା ଇନ୍ସିଡେଣ୍ଟାଲ୍‌ ଚାର୍ଜରେ ୬.୩୦ ଏକର ଜମି ଲିଜ୍‌ ଆକାରରେ ଦେବେ। ମା’ ମଝିଘରିଆଣୀ ମନ୍ଦିର ପରିଚାଳନା ଟ୍ରଷ୍ଟକୁ ଏହି ଜମି ଦିଆଯିବ। ତେବେ ଟ୍ରଷ୍ଟକୁ ରିହାତି ଦରରେ ଏକର ପ୍ରତି ୧୦୦ ଟଙ୍କା ହିସାବରେ ବାର୍ଷିକ ଭୂ-ରାଜସ୍ବ ଓ ଭୂ-ରାଜସ୍ବର ୭୫ ପ୍ରତିଶତ ହିସାବରେ ବାର୍ଷିକ ସେସ୍‌ ଦେବାକୁ ପଡ଼ିବ। ଆଜି ଏ ସଂକ୍ରାନ୍ତୀୟ ପ୍ରସ୍ତାବରେ କ୍ୟାବିନେଟ୍‌ ମୋହର ବାଜିଛି।

ସୂଚନାଯୋଗ୍ୟ ଯେ ରାୟଗଡ଼ା ତହସିଲ୍‌ ଅନ୍ତର୍ଗତ ରାମଚନ୍ଦ୍ରପୁର ମୌଜାରେ ଭାରତୀୟ ରେଳ ବିଭାଗ ଠାରୁ ସମାନ ପରିମାଣ ଓ ସମାନ ମୂଲ୍ୟର ଜମି ସହିତ ବଦଳ କରି ଏହି ଜମି ଅଣାଯାଇଛି।