ସଂକଟରେ ପ୍ରଧାନମନ୍ତ୍ରୀ, ଭାଷଣ ଦେଲାବେଳେ ହେଲା ବିସ୍ଫୋରଣ

ସଂକଟରେ ପ୍ରଧାନମନ୍ତ୍ରୀ, ଭାଷଣ ଦେଲାବେଳେ ହେଲା ବିସ୍ଫୋରଣ

ନୂଆଦିଲ୍ଲୀ: ଜାପାନ ପ୍ରଧାନମନ୍ତ୍ରୀ ଫୁମିଓ କିସିଦାଙ୍କ ନିର୍ବାଚନୀ ଭାଷଣ ବେଳେ ବିସ୍ଫୋରଣ । ତେବେ ପ୍ରଧାନମନ୍ତ୍ରୀଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି । ସନ୍ଦିଗ୍ଧ ଆକ୍ରମଣକାରୀକୁ ଗିରଫ କରାଯାଇଥିବା ସୂଚନା ମିଳିଛି । ୱାକାୟାମା ସ୍ଥିତ ପ୍ରଧାନମନ୍ତ୍ରୀ ଫୁମିଓ କିସିଦାଙ୍କ ବାସଭବନରେ କାର୍ୟ୍ୟକ୍ରମ ବେଳେ ଏହି ଅଘଟଣ ଘଟିଛି ।

ତେବେ ଜାପାନ ପ୍ରଧାନମନ୍ତ୍ରୀ ଅଳ୍ପକେ ବର୍ତିଯାଇଛନ୍ତି । ପ୍ରଧାନମନ୍ତ୍ରୀ ଭାଷଣ ଦେବା ବେଳେ ସ୍ମୋକ ବୋମା ସାହାଯ୍ୟରେ ଆକ୍ରମଣ କରାଯାଇଥିଲା । ଫୁମିଓ କିସିଦା ଭାଷଣ ଆରମ୍ଭ କରିବାମାତ୍ରେ ଏହି ଆକ୍ରମଣ କରାଯାଇଥିଲା । ସ୍ମୋକ ବୋମା ଫିଙ୍ଗାଯିବା ପରେ ସେଠାରେ ଧୁଆଁ ଭର୍ତି ହୋଇଯାଇଥିଲା । ତେବେ ପ୍ରଧାନମନ୍ତ୍ରୀଙ୍କୁ ସୁରକ୍ଷିତ ଭାବେ ସେଠାରୁ ବାହାର କରିନିଆଯାଇଥିଲା ।