ବିରଳ କଳା ମହାବଳ ବାଘ ମୃତ

ବିରଳ କଳା ମହାବଳ ବାଘ ମୃତ

ଶିମିଳିପାଳ : ଆଜି ଏକ ବିରଳ କଳା ମହାବଳ ବାଘର ମୃତ୍ୟୁ ହୋଇଛି । ଏଭଳି ଘଟଣା ସାମ୍ନାକୁ ଆସିଛି ଶିମିଳିପାଳ କୋର ଏରିଆରୁ । ବାଘଟିର ବୟସ ସାଢେ ୩ବର୍ଷ ହୋଇଥିବା ସୂଚନା ମିଳିଛି । ଏନେଇ ସୂଚନା ଦେଇଛନ୍ତି ପିସିସିଏଫ ସୁନିଲ କୁମାର ପପଲି । ମୃତ ବାଘ ଦେହରେ କ୍ଷତ ଚିହ୍ନ ରହିଛି ।

ଏଥିପାଇଁ ବାଘବାଘ ମଧ୍ୟରେ ଲଢେଇ ଏପରି ହୋଇଥିବା ସନ୍ଦେହ କରାଯାଉଛି ।କିନ୍ତୁ ପୋଷ୍ଟମଟମ ପରେ ବାଘ ମୃତ୍ୟୁର ପ୍ରକୃତ କାରଣ କ’ଣ ତାହା ସ୍ପଷ୍ଟ ହେବ ବୋଲି ପିସିସିଏଫ କହିଛନ୍ତି । 

ତେବେ ଏହା ବାଘ ବାଘ ମଧ୍ୟରେ ଲଢେଇ ନା ବାଘ ଶିକାର ପାଇଁ ଶିକାରୀର ଷଡଯନ୍ତ୍ର , ଏନେଇ ସାଧାରଣରେ ପ୍ରଶ୍ନ ଉଠୁଛି । ତେବେ ଏହା ଏକ ବିରଳ କଳା ମହାବଳ ବାଘ ହୋଇଥିବାରୁ ଚାରିଆଡେ ଚର୍ଚ୍ଚାର ବିଷୟ ପାଲଟିଛି ।