ଆଉ ଜଣେ ଛାଡ଼ିଲେ ବିଜେଡି
ଭୁବନେଶ୍ୱର: ଲୋକସଭା ଓ ବିଧାନସଭା ଭୋଟକୁ ଆଉ ଦିନ କେଇଟା ଥିବାବେଳେ ରାଜ୍ୟରେ ଜୋର୍ ଧରିଛି ଦଳ ଡିଆଁ ପର୍ବ । ଟିକେଟ୍ କଟିବା ଆଶଙ୍କାରେ ବଡ ବଡ ନେତାମାନେ ନିଜ ଦଳ ଛାଡି ଅନ୍ୟ ଦଳକୁ ଡିଆଁ ମାରୁଛନ୍ତି । ଏହାରି ଭିତରେ ପୁଣି ଜଣେ ବିଜେଡି ନେତା ଦଳ ଛାଡ଼ିଛନ୍ତି । ସେ ହେଉଛନ୍ତି ରାମଚନ୍ଦ୍ର ପଣ୍ଡା ।
ପୂର୍ବତନ ଉପବାଚସ୍ପତି ରାମଚନ୍ଦ୍ର ପଣ୍ଡା ଗୁରୁବାର ବିଜେଡିରୁ ଇସ୍ତଫା ଦେଇଛନ୍ତି । ସେ ନିଜର ଇସ୍ତଫାପତ୍ରକୁ ଦଳର ସଭାପତି ତଥା ମୁ୍ଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ନିକଟକୁ ପଠାଇ ଦେଇଛନ୍ତି ।
ଇସ୍ତଫାପତ୍ରରେ ସେ ଉଲ୍ଲେଖ କରିଛନ୍ତି ଯେ ଦଳ ତାର ନୀତି ଆଦର୍ଶ ଭୁଲି ଯାଇଛି। ଦୀର୍ଘ ଦିନ ଧରି ଦଳରେ ଥିଲେ ବି ଦୁଇ ଘଣ୍ଟା ପୂର୍ବରୁ ଦଳରେ ଯୋଗ ଦେବା ବ୍ୟକ୍ତିଙ୍କୁ ଦଳ ଟିକେଟ ଦେଉଛି। ଆମକୁ ଅବହେଳା କରାଯାଉଛି। ୧୫ ଦିନ ହେଲା ଆଲୋଚନା ପାଇଁ ଚେଷ୍ଟା କରୁଥିଲେ ବି ସୁଯୋଗ ମିଳିଲାନି । ଉପର ଠାଉରିଆଭାବେ ସରକାରୀ ପଦବୀ ଦେଇ ଦଳରେ ରଖିବା ଉଦେ୍ଧଶ୍ୟ । ଏହା ମୋର ସ୍ୱାଧୀନତା ଓ ସ୍ୱାଭିମାନ ପ୍ରତି କଟାକ୍ଷ ବୋଲି ଶ୍ରୀ ପଣ୍ଡା ଉକ୍ତ ଇସ୍ତଫାପତ୍ରରେ ଉଲ୍ଲେଖ କରିଛନ୍ତି ।




