ବିଜେଡିରୁ ଇସ୍ତଫା ଦେଲେ ସତୀଶ ବିଶ୍ୱାଳ

ଧର୍ମଶାଳା: ଯାଜପୁର ଧର୍ମଶାଳାରେ ପ୍ରଣବ ବଳବନ୍ତରାୟଙ୍କ ପ୍ରାର୍ଥୀତ୍ୱକୁ ବିରୋଧ କରି ବିଜେଡିରୁ ଇସ୍ତଫା ଦେଇଛନ୍ତି ସ୍ଥାନୀୟ ନେତା ସତୀଶ ବିଶ୍ୱାଳ । ଆଗାମୀ ବିଧାନସଭା ନିର୍ବାଚନରେ ସେ ସ୍ୱାଧୀନ ଭାବେ ଲଢିବାକୁ ସମ୍ବାଦିକ ସମ୍ମିଳନୀରେ ଘୋଷଣା କରିଛନ୍ତି ।
ସତୀଶ ବିଶ୍ୱାଳ ପୂର୍ବରୁ ଜିଲ୍ଲାପରିଷଦ ସଦସ୍ୟ ଥିଲେ । ଜାରକାଠାରେ ଏକ ସାମ୍ବାଦିକ ସମ୍ମିଳନୀ କରି ସତୀଶ, ଉଭୟ ଧର୍ମଶାଳା ବିଧାୟକ ପ୍ରଣବ ବଳବନ୍ତରାୟ ଓ ତାଙ୍କ ବାପା ସ୍ୱର୍ଗତ କଳ୍ପତରୁ ଦାସଙ୍କ ଉପରେ ବର୍ଷିଛନ୍ତି । ସେପଟେ ସତୀଶଙ୍କ ପ୍ରାର୍ଥିତ୍ୱ କୌଣସି ପ୍ରଭାବ ପକାଇବ ନାହିଁ ବୋଲି ସ୍ଥାନୀୟ ବିଜେଡି ନେତା କହିଛନ୍ତି ।