ମଙ୍ଗଳବାର ଯାଏଁ ବନ୍ଦ ରହିବ ଭୁବନେଶ୍ୱର ୧ ନମ୍ବର ହାଟ

ମଙ୍ଗଳବାର ଯାଏଁ ବନ୍ଦ ରହିବ ଭୁବନେଶ୍ୱର ୧ ନମ୍ବର ହାଟ

ଭୁବନେଶ୍ୱର:  ଆସନ୍ତା ମଙ୍ଗଳବାର ଯାଏଁ ୧ ନମ୍ବର ହାଟକୁ ବନ୍ଦ ରଖିବା ପାଇଁ ନିଷ୍ପତ୍ତି ନେଇଛି ଦୈନିକ ହାଟ ବ୍ୟବସାୟୀ ସଂଘ ।ଦାବି ପୂରଣ ନହେବାରୁ ବନ୍ଦ ରଖିବାକୁ ନିଷ୍ପତ୍ତି ନେଇଛି ବ୍ୟବସାୟୀ ସଂଘ। ହାଟ ପରିସରରେ ପାର୍କିଂ ସମସ୍ୟା, ଡ୍ରେନେଜ ବ୍ୟବସ୍ଥା, ପିଇବା ପାଣି ଓ  ରାସ୍ତା ଜବର ଦଖଲଉଚ୍ଛେଦ ଭଳି ଦାବି କରିଥିଲା ରାଜଧାନୀ ଦୈନିକ ହାଟ ବ୍ୟବସାୟୀ ସଂଘ। ଏ ସସସ୍ତ ସମସ୍ୟାର ସମାଧାନ ନେଇ BMC ଅଫିସ ଘେରାଉ କରିଥିଲା ସଂଘ। ତେବେ ଏସବୁ ଦାବି ନେଇ କମିଶନରଙ୍କ ସହ ଆଲୋଚନା ବିଫଳ ପରେ ବଜାର ବନ୍ଦ ପାଇଁ ନିଷ୍ପତ୍ତି ନେଇ ବ୍ୟବସାୟୀ ସଂଘ। ବିଶେଷ କରି ପନିପରିବା ପାଇଁ ୧ ନମ୍ବର ହାଟ ଉପରେ ନିର୍ଭର କରୁଥିବା ରାଜଧାନୀବାସୀ ଓ ଦୋକାନୀଙ୍କ ଉପରେ ଏହାର ସିଧାସଳଖ ପ୍ରଭାବ ପଡିବ ।