ଏହି ଓଡ଼ିଆ ଅଭିନେତା ଗିରଫ Share on :

ଏହି ଓଡ଼ିଆ ଅଭିନେତା ଗିରଫ Share on :

ଭୁବନେଶ୍ୱର: ରାତି ଅଧରେ ରାସ୍ତାରେ ଆତଙ୍କ ଖେଳାଇବା ସହ ପୋଲିସକୁ ଗାଳିଗୁଲଜ କରି ମାଡ଼ ମାରିବା ମହଙ୍ଗା ପଡ଼ିଛି ଅଭିନେତା ବିରଞ୍ଚି ନାରାୟଣ ନାୟକଙ୍କୁ । ଏହି ଅଭିଯୋଗରେ ଭରତପୁର ଥାନା ପୋଲିସ ତାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଜାମିନ ନାମଞ୍ଜୁର ହେବାରୁ ତାଙ୍କୁ ଜେଲ୍‌ ହାଜତକୁ ପଠାଇ ଦିଆଯାଇଛି । ସୂଚନା ଥାଉକି, ବିଭିନ୍ନ ଟେଲି ସିରିଏଲ ଓ ଫିଲ୍ମରେ ଅଭିନୟ କରିଥିବା ବିରଞ୍ଚିଙ୍କ ଘର ପୁରୀ ଜିଲ୍ଲା କାକଟପୁର ଥାନା ଅନ୍ତର୍ଗତ କୋଠମୂଳା ଗ୍ରାମରେ । ସେ ନୂଆପଲ୍ଲୀ ଭିଆଇପି କଲୋନୀରେ ରହୁଥିଲେ । ରବିବାର ରାତି ପ୍ରାୟ ୧ଟା ୧୫ରେ ସେ ଏକ କାର୍‌ରେ ରେଣ୍ଟାଲ ଛକରୁ କଳିଙ୍ଗ ଷ୍ଟୁଡିଓ ଛକ ଅଭିମୁଖେ ଯାଉଥିଲେ । ସେହି ସମୟରେ ଭରତପୁର ଥାନା ପୁଲିସ ପକ୍ଷରୁ ବ୍ଲକିଂ ଚେକିଂ ଚାଲିଥିଲା ।

ବିରଞ୍ଚିଙ୍କ କାର୍‌କୁ ଡ୍ୟୁଟିରେ ଥିବା ପୁଲିସ କର୍ମଚାରୀ ଅଟକାଇଥିଲେ । ବାରମ୍ବାର କହିବା ସତ୍ତେ୍ୱ ବିରଞ୍ଚି କାର୍‌ରୁ ବାହାରି ନ ଥିଲେ । ଓଲଟି ପୁଲିସ କର୍ମଚାରୀଙ୍କୁ ଅଶ୍ରାବ୍ୟ ଭାଷାରେ ଗାଳିଗୁଲଜ କରିଆତଙ୍କ ସୃଷ୍ଟି କରିଥିଲେ । ଫଳରେ ସେଠାରେ ଟ୍ରାଫିକ୍‌ ସମସ୍ୟା ସୃଷ୍ଟି ହୋଇଥିଲା ।

ବିରଞ୍ଚି ଗାଡ଼ିରୁ ଓହ୍ଲାଇ ଡ୍ୟୁଟିରେ ଥିବା ପୋଲିସଙ୍କୁ ମଧ୍ୟ ଧକ୍କା ମାରିଥିଲେ । ଶେଷରେ ପୁଲିସ ତାଙ୍କୁ ଧରି ଥାନାକୁ ନେଇ ଯାଇଥିଲେ । ବିରଞ୍ଚିଙ୍କ ପାଟିରେ ବ୍ରେଥ ଆନାଲାଇଜର ଲଗାଇବାରୁ ଜଣାପଡ଼ିଥିଲା କି ସେ ମଦ୍ୟପାନ କରିଥିଲେ । ଡ୍ୟୁଟିରେ ଥିବା ପୁଲିସଙ୍କ ଅଭିଯୋଗ ଆଧାରରେ ପୁଲିସ ଏକ ମାମଲା ରୁଜୁ କରି ତାଙ୍କୁ ଗିରଫ କରିଥିଲା ।