ବନବିଭାଗର ଚଢ଼ାଉ, ଦେଶୀ ବନ୍ଧୁକ ସହ ୨ ଶିକାରୀ ଗିରଫ

ବନବିଭାଗର ଚଢ଼ାଉ, ଦେଶୀ ବନ୍ଧୁକ ସହ ୨ ଶିକାରୀ ଗିରଫ

ଉଦଳା: ପୁଣି ଶିକାରୀ ଗିରଫ ଏବଂ ଶିକାରୀଙ୍କ ନିକଟରୁ ବନ୍ଧୁକ ଜବତ ହୋଇଛି । ପୁଲିସ ଓ ବନବିଭାଗ ମିଳିତ ଭାବେ ଚଢ଼ାଉ କରିଛନ୍ତି । ବିଶେଷସୂତ୍ରରୁ ଖବର ପାଇ ଉଦଳା ପୁଲିସ ସ୍ଥାନୀୟ ବନବିଭାଗ ସହାୟତାରେ ଫୁଲବାଡିଆ ଅଞ୍ଚଳରେ ଚଢ଼ାଉ କରିଥିଲେ । ଆଜି ସକାଳ ସମୟରେ ଏହି ଚଢ଼ାଉ ହୋଇଥିବା ବେଳେ ଶିବ ସିଂ ଏବଂ ବାସୁଦେବ ସିଂ ନାମକ ୨ ଶିକାରୀଙ୍କୁ ଗିରଫ କରିଛି ।

ଏହି ଶିକାରୀମାନେ ଦେଶୀ ବନ୍ଧୁକ ଏବଂ ଶିକାର ସାମଗ୍ରୀ ନିଜ ଘରେ ଲୁଚାଇ ରଖିଥିଲେ । ପୁଲିସ ସେମାନଙ୍କ ନିକଟରୁ ୩ ଗୋଟି ଗୁଳି ଭର୍ତ୍ତି ଦେଶୀ ବନ୍ଧୁକ ଜବତ କରିବା ସହିତ ଫାଶ, ଧନୁ, ଧନୁତୀର ଆଦି ଜବତ କରିଛି । ଜବତ ସାମଗ୍ରୀ ମଧ୍ୟରେ ଗୋଟିଏ ଭଙ୍ଗା ଦେଶୀ ବନ୍ଧୁକ ମଧ୍ୟ ରହିଛି । ତେବେ ୨ ଦିନ ପୂର୍ବରୁ ବନ ବିଭାଗ କପ୍ତିପଦା ରେଞ୍ଜ ଅଞ୍ଚଳରେ ଚଢ଼ାଉ କରି ୨ ଜଣ ଶିକାରୀଙ୍କୁ ଗିରଫ କରିଥିବା ବେଳେ ସେମାନଙ୍କ ନିକଟରୁ ଚାରି ବନ୍ଧୁକ, ବଜ୍ରକାପ୍ତା କାତି ସହିତ ଜଙ୍ଗଲୀ ମାଂସ ଜବତ କରିଥିଲା । ଶିମିଳିପାଳରେ ଶିକାରୀ ଗୁଳିରେ ଫରେଷ୍ଟ ଗାର୍ଡ ମୃତ୍ୟୁ ଘଟଣା ପରେ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରହିଛି ।