ମୋଦୀଙ୍କ ସହ ସେଲଫି ନେଲେ ଅପରାଜିତା

ମୋଦୀଙ୍କ ସହ ସେଲଫି ନେଲେ ଅପରାଜିତା

ନୂଆଦିଲ୍ଲୀ:  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ସେଲଫି ନେବା ପରେ ସାମାଜିକ ଗଣମାଧ୍ୟମ ଏକ୍ସରେ ବିଜେପି ସାଂସଦ ଅପରାଜିତା ଷଡ଼ଙ୍ଗୀ ଖୁସି ବ୍ୟକ୍ତ କରିଛନ୍ତି। ଏ ନେଇ ସାଂସଦ ଅପରାଜିତା ଷଡ଼ଙ୍ଗୀ ଟ୍ୱିଟ କରିଛନ୍ତି, ଆଜି ଦିଲ୍ଲୀର ବିଜେପି ମୁଖ୍ୟାଳୟରେ ସେଲଫି ନେବା ପାଇଁ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ପଚାରିଥିଲେ।

ଏହାର ଉତ୍ତରରେ ପ୍ରଧାନମନ୍ତ୍ରୀ କହିଥିଲେ, “ଷଡ଼ଙ୍ଗୀ, ଜୟ ଜଗନ୍ନାଥ”। ତା ପରେ ଶ୍ରୀମତୀ ଷଡ଼ଙ୍ଗୀ ସେଲଫି ନେଇଥିଲେ ଯାହାକୁ ସେ ନିଜ ଟ୍ୱିଟରରେ ପୋଷ୍ଟ କରିଛନ୍ତି। ସାଂସଦ ଅପରାଜିତା କହିଛନ୍ତି, ସେ ଯେତେଥର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସାକ୍ଷାତ କରନ୍ତି, ନିଜକୁ ଗର୍ବିତ ଅନୁଭବ କରନ୍ତି। ପ୍ରଧାନମନ୍ତ୍ରୀଙ୍କୁ ନିଜର ମାର୍ଗଦର୍ଶକ କହିବା ସହ ସାଂସଦ ଅପରାଜିତା କହିଛନ୍ତି ଯେ, ତାଙ୍କ ପାଇଁ ମୋଦୀ ହେଉଛନ୍ତି ବତୀଘର ସଦୃଶ।ଏଥିପାଇଁ ଟ୍ୱିଟ ଜରିଆରେ ସେ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି।