ଆଇସିୟୁରେ ବିଧାୟକ ଅନନ୍ତ ଦାସ

ଆଇସିୟୁରେ ବିଧାୟକ ଅନନ୍ତ ଦାସ

ଭୋଗରାଇ: ପୂର୍ବତନ ମନ୍ତ୍ରୀ, ବାଲେଶ୍ୱର ଜିଲ୍ଲା ଯୋଜନା ବୋର୍ଡର ଅଧ୍ୟକ୍ଷ ତଥା ଭୋଗରାଇ ବିଧାୟକ ଅନନ୍ତ ଦାସ ଅସୁସ୍ଥ  । ଆଇସିୟୁରେ ଚାଲିଛି ବିଧାୟକ ଅନନ୍ତ ଦାସଙ୍କ ଚିକିତ୍ସା ।  ବୟସ ଅଧିକ କାରଣରୁ ସେ କିଛି ଦିନ ହେଲା ଗୁରୁତର ସ୍ୱାସ୍ଥ୍ୟବସ୍ଥାର ସାମ୍ନା କରୁଥିଲେ । ରବିବାର ସନ୍ଧ୍ୟାରେ ପରିବାର ଲୋକେ ବାଲେଶ୍ୱର ଫକୀରମୋହନ ମେଡିକାଲରେ ଭର୍ତ୍ତି କରିଛନ୍ତି । ବର୍ତମାନ ଆଇସିୟୁରେ ଚାଲିଛି ଚିକିତ୍ସା ।
। ଏହା ପୂର୍ବରୁ ସେ ଆପୋଲୋ ହସ୍ପିଟାଲ୍‌ରେ ଭର୍ତ୍ତି ହୋଇଥିଲେ । ଚିକିତ୍ସା ପରେ ସେ ହସ୍ପିଟାଲରୁ ଡିସଚାର୍ଡ ହୋଇଥିଲେ ।