ଅମ୍ବାନୀଙ୍କ ପ୍ରି-ଓ୍ୱେଡିଂରେ ଧୁମ୍‌ ମଚାଇଲେ ହଲିଉଡ ଷ୍ଟାର୍‌ ରିହାନା

ଅମ୍ବାନୀଙ୍କ ପ୍ରି-ଓ୍ୱେଡିଂରେ ଧୁମ୍‌ ମଚାଇଲେ ହଲିଉଡ ଷ୍ଟାର୍‌ ରିହାନା

ପ୍ରି ୱେଡିଂ ଏମିତି ତ ବାହାଘର ହେବ କେମିତି? ଶିଳ୍ପପତି ମୁକେଶ ଅମ୍ବାନୀଙ୍କ ପୁଅ ଅନନ୍ତ ଅମ୍ବାନୀ ଓ ରାଧିକା ମର୍ଚ୍ଚାଣ୍ଟଙ୍କ ପ୍ରି-ୱେଡିଂ ସେଲିବ୍ରେସନର ଗୋଟେ ପରେ ଗୋଟେ ଦୃଶ୍ୟ ସାମ୍ନାକୁ ଆସିଛି। ପ୍ରଥମ ଦିନରେ ଧୁମ୍‌ ମଚାଇଛନ୍ତି ହଲିଉଡ ପପ୍‌ ସିଙ୍ଗର୍‌ ରିହାନା।

ପପ୍ ସିଙ୍ଗର୍ ରିହାନା ଗତକାଲି ରାତିରେ ଅମ୍ବାନୀଙ୍କ କାର୍ଯ୍ୟକ୍ରମର ମୁଖ୍ୟ ଆକର୍ଷଣ ପାଲଟିଥିଲେ। ହଲିଉଡର ‘ଏକ୍ ସେ ବଢ଼କର୍ ଏକ୍’ ଗୀତ ଗାଇଥିଲେ ସେ। କେବଳ ସେତିକି ନୁହେଁ ତାଙ୍କ ପୋଷକ ପିନ୍ଧା ଷ୍ଟାଇଲ୍‌ ମଧ୍ୟ ଥିଲା ଜରା ହଟ୍‌କେ। ସେ ମୁଣ୍ଡରେ ଓଢ଼ଣା ଦେବା ସହ ଏକ କ୍ୟାପ୍‌ ପିନ୍ଧିଥିଲେ

ମିଳିଥିବା ସୂଚନା ମୁତାବକ, ରିହାନା ଏହି କାର୍ଯ୍ୟକ୍ରମ ପାଇଁ ନେଇଥିଲେ ୮ରୁ ୯ ମିଲିୟନ୍ ଆମେରିକୀୟ ଡଲାର୍। ଯାହାର ଭାରତୀୟ ମୂଲ୍ୟ ଅନୁସାରେ ୬୬ରୁ ୭୦ କୋଟି ଟଙ୍କା ହେବ। ରିହାନାଙ୍କ ସହ ଅନନ୍ତ ଓ ମାଆ ନୀତା ଅମ୍ବାନୀ ବି କିଛି ସମୟ ପାଇଁ ଷ୍ଟେଜ୍‌ରେ ନାଚିଥିଲେ। ରିହାନା ଅମ୍ବାନୀଙ୍କ ଏହି ପ୍ରି ଓ୍ୱେଡିଂ ଫଙ୍କସନ୍‌ରେ ନିଜର ହିଟ୍‌ ଗୀତ 'ପୋର୍‌ ଟି ଅପ୍‌', 'ଓ୍ୱାଇଲ୍ଡ ଥିଙ୍ଗସ୍‌' ଓ 'ଡାଇମଣ୍ଡସ୍‌' ଗାଇଥିଲେ। ରିହାନାଙ୍କ ପୂରା ପରଫରମାନ୍ସର ଭିଡିଓ ସୋଶାଲ ମିଡିଆରେ ଭାଇରାଲ ହେଉଛି।

ଗତକାଲିର ଏହି କାର୍ଯ୍ୟକ୍ରମରେ ଦେଶ ଓ ବିଦେଶର ଅନେକ ସେଲିବ୍ରିଟି ସାମିଲ ହୋଇଥିଲେ। ଶାହରୁଖ୍, ସଲମାନ, ଅଜୟ ଦେବଗନ, ସୈଫ୍ ଅଲ୍ଲି ଖାନ, କରିନା କପୁରଙ୍କ ସମେତ କ୍ରିକେଟର ମହେନ୍ଦ୍ର ସିଂହ ଧୋନୀ, ଡାରେନ୍ ବ୍ରାବୋ, ସଦଗୁରୁ, ଫେସବୁକ୍ ପ୍ରତିଷ୍ଠାତା ମାର୍କ ଜୁକରବର୍ଗ ଭଳି ଅତିଥି ସାମିଲ ହୋଇଛନ୍ତି।

ଆଜି ଓ ଆସନ୍ତାକାଲି ଦୁଇ ଦିନ ଗୁଜରାଟ ଜାମନଗର୍ ରିଲାଏନ୍ସ ଟାଉନସିପରେ ଚାଲିବ ପ୍ରି ୱେଡିଂ ସେଲିବ୍ରେସନ୍। ଏଥିପାଇଁ ରଙ୍ଗୀନ ଆଲୋକମାଳା ଓ ଲେଜର ଲାଇଟ୍ ଶୋରେ ଝଲସୁଛି ପୂରା ଜାମନଗର ଭେନ୍ୟୁ।