ପୁଣି ଲାଇନ୍ଚ୍ୟୁତ୍ ହେଲା ଟ୍ରେନ୍
ବରଗଡ଼ : ବାହାନଗା ଟ୍ରେନ୍ ଟ୍ରାଜେଡି ମନରୁ ନ ଲିଭୁଣୁ ବରଗଡ଼ରେ ଏକ ଚୂନପଥର ବୋଝେଇ ମାଲବାହୀ ଟ୍ରେନ ଦୁର୍ଘଟଣା ଘଟିଛି। ଡଙ୍ଗୁରି ଚୁନପଥର ଖଣିରୁ ବରଗଡ଼ ଯାଉଥିବା ବେଳେ ଦୁର୍ଘଟଣା ଘଟିଛି। ହୁଇଲ ଛିଣ୍ଡି ଯିବା ଯୋଗୁଁ ୫ଟି ବଗି ଓଲଟି ଲାଇନ୍ଚ୍ୟୁତ୍ ହୋଇଥିବା ସୂଚନା ମିଳିଛି। ତେବେ ଦୁର୍ଘଟଣାରେ କେହି ଆହତ ହୋଇନଥିବା ସୂଚନା ମିଳିଛି।
ସୂଚନା ମୁତାବକ, ବରଗଡ଼ର ଏକ ସିମେଣ୍ଟ କାରଖାନାକୁ ଚୂନ ପଥର ନେଇ ଯାଉଥିବା ମାଲବାହୀ ଟ୍ରେନ୍ ଯାଉଥିବା ବେଳେ ମେଣ୍ଢାପାଲି ନିକଟରେ ୫ଟି ବଗି ଲାଇନଚ୍ୟୁତ୍ ହୋଇଛି। ଜଙ୍ଗଲ ମଧ୍ୟରେ ଟ୍ରେନ୍ ଦୁର୍ଘଟଣା ଘଟିଛି। ତେବେ ଦୁର୍ଘଟଣା କେହି ମୃତହତ ନେଇ ସୂଚନା ମିଳିପାରିନାହିଁ।




admin 