ଦୁଇ ବାଇକ୍‌ ମୁହାଁମୁହିଁ, ୨ ମୃତ

ଦୁଇ ବାଇକ୍‌ ମୁହାଁମୁହିଁ, ୨ ମୃତ

ବାରଙ୍ଗ : ଦୁଇ ରେସିଂ ବାଇକ୍‌ ମୁହାମୁହିଁ ଧକ୍କା । ଏହି ଦୁର୍ଘଟଣାରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ  ଦୁଇ ଜଣ ଆହତ ହୋଇଛନ୍ତି । ସମସ୍ତ ଆହତଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । ସ୍ଥାନୀୟ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
ରବିବାର ବିଳମ୍ବିତ ରାତିରେ ରଘୁନାଥପୁର ରୟାଲ ଲାଗୁନ ସାମ୍ନାରେ ଘଟିଛି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଲାଲ୍‌ଚାନ୍ଦ ଜୁଏଲାରୀ ସାମ୍ନା ରାସ୍ତାରେ ଗୋଟିଏ ଆର୍‌ ୧୫ ବାଇକ୍‌ ରଙ୍ଗ ରୁଟ୍‌ରେ ଆସୁଥିଲା । ଏହି ସମୟରେ ଭୁବନେଶ୍ୱର ଅଭିମୁଖେ ଯାଉଥିବା ଏକ ଆପାଚୀ ବାଇକ୍‌ ସହ ମୁହାଁମୁହିଁ ଧକ୍କା ହୋଇଥିଲା । ଯାହାଫଳରେ ଗାଡିରେ ଥିବା ଦୁଇ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ବାକି ଦୁଇ ଗୁରୁତର ହୋଇଛନ୍ତି ।ତେବେ ମୃତକ ଦୁଇ ଜଣ ଚାଳକ  ହୋଇଥିବା ବେଳେ ଅନ୍ୟ ଦୁଇ ଜଣଙ୍କ ଅବସ୍ଥା ଗୁରୁତର ଥିବା ଜଣାପଡିଛି ।