ଚଢିଗଲା ଭ୍ୟାନ୍‌, ଯୁବକ ମୃତ

ଚଢିଗଲା ଭ୍ୟାନ୍‌, ଯୁବକ ମୃତ

ବଲାଙ୍ଗୀର : ବଲାଙ୍ଗୀର ପାଟଣାଗଡ଼ ରାସ୍ତାରେ ଦୁର୍ଘଟଣା। ଯୁବକଙ୍କ ଉପରେ ଚଢ଼ିଗଲା ଭ୍ୟାନ। ଘଟଣାସ୍ଥଳରେ ଯୁବକଙ୍କ ମୃତ୍ୟ ହୋଇଛି । ଦୁର୍ଘଟଣା ପରେ ଉତ୍ୟକ୍ତ ଲୋକଙ୍କ ବଲାଙ୍ଗୀର ପାଟଣାଗଡ଼ ରାସ୍ତା ଅବରୋଧ କରିଛନ୍ତି।
ଖବର ଅନୁଯାୟୀ,  ରବିବାର ଦିନ ସକାଳ ସମୟରେ ବଲାଙ୍ଗୀର ପାଟଣାଗଡ଼ ଗେଡ଼ାବାଞ୍ଜି ଛକରେ ଘଟିଛି ଏକ ଦୁର୍ଘଟଣା । ଏକ ଭ୍ୟାନ୍‌ଟି ଜଣେ ଯୁବକଙ୍କ ଉପରେ ଚଢାଇ ଦେଇଛି । ଯାହାଫଳରେ ଯୁବକ ଜଣଙ୍କର ମୃତ୍ୟୁ ହୋଇଛି । ମୃତ ଯୁବକଙ୍କ ନାମ ପୁରୁଷୋତ୍ତମ ଭୁଏ ବୋଲି ଜଣାପଡିଛି । ତାଙ୍କର ଘର ବଲାଙ୍ଗୀର ସଦର ଥାନା ସିଆଲବାହାଳି ଗାଁର ବୋଲି ଜଣାପଡିଛି ।

ସେପଟେ ଦୁର୍ଘଟଣା ପରେ ଘଟଣାସ୍ଥଳରେ ଉତ୍ତେଜନା ଦେଖାଦେଇଛି । ବଲାଙ୍ଗୀର ପାଟଣାଗଡ଼ ରାସ୍ତାକୁ ଅବରୋଧ କରିଛନ୍ତି । ରାସ୍ତାର ଉଭୟ ପଟେ ଅନେକ ଗାଡି ଅଟକି ରହିଥିବା ଦେଖିବାକୁ ମିଳିଛି ।