୨ ବାଇକ ମୁହାଁମୁହିଁ : ୨ ମୃତ

ବାରିପଦା: ବାରିପଦା – ଲୁଲୁଙ୍ଗ ରାସ୍ତାର ତେଲିବିଲା ଗାଁ ଛକ ନିକଟରେ ଦୁଇଟି ବାଇକ ମୁହାଁମୁହିଁ ଧକ୍କା । ଫଳରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଛି । ମୃତ ଦମ୍ପତି ମୟୂରଭଞ୍ଜ ଜିଲ୍ଲା ବଡ଼ସାହି ଥାନା ଅନ୍ତର୍ଗତ ବଡକେରକ ଅଞ୍ଚଳର ସନ୍ଧ୍ୟା ରାଣୀ ମହାନ୍ତ (୩୦), ସ୍ଵାମୀ ଶ୍ରୀକାନ୍ତ ମହାନ୍ତ (୪୦) ବୋଲି ପିଆରଏମ ମେଡିକାଲ ଫାଣ୍ଡି ସୂତ୍ରରୁ ସୂଚନା ମିଳିଛି।
ଦୁର୍ଘଟଣା ଘଟାଇଥିବା ବାଇକ ଚାଳକ ଘଟଣାସ୍ଥଳରୁ ଫେରାର ହୋଇଯାଇଥିବା ଜଣାପଡ଼ିଛି। ତେବେ ବାଇକଟିକୁ ପୁଲିସ ଜବତ କରିବା ସହ ଏ ନେଇ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଥିବା ଜଣାପଡ଼ିଛି ।