ଦୁର୍ବଳ ନଦୀବନ୍ଧରେ ୨୪ ଘଂଟିଆ ପାଟ୍ରୋଲିଂ ପାଇଁ ନିର୍ଦ୍ଦେଶ

ଦୁର୍ବଳ ନଦୀବନ୍ଧରେ ୨୪ ଘଂଟିଆ ପାଟ୍ରୋଲିଂ ପାଇଁ ନିର୍ଦ୍ଦେଶ

ଭୁବନେଶ୍ୱର: ମହାନଦୀରେ ଛୋଟରୁ ମଧ୍ୟମ ଧରଣର ବନ୍ୟା ଆଶଙ୍କା । ସ୍ଥିତି ମୁକାବିଲା ନେଇ ଏସଆରସିଙ୍କ ଗୁରୁତ୍ୱପୂଣ୍ଣ ବୈଠକ । ୧୫ ଜିଲ୍ଲା ଉପରେ ରହିଛି ପ୍ରଶାସନର ନଜର । ତଳିଆ ଅଂଚଳ ଗୁଡ଼ିକରେ ଏନଡ଼ିଆରଏଫ ଓ ଓଡ଼୍ରାଫ ଟିମ୍ ମୁତୟନ ହୋଇଛନ୍ତି । ବନ୍ୟା ଜଳ ପ୍ରବାହିତ ହେଲେ ତଳିଆ ଅଂଚଳ ପ୍ରବାହିତ ହେବ । ଏହାକୁ ଦୃଷ୍ଟିରେ ରଖି ୭ ଜିଲ୍ଲାର ଜିଲ୍ଲାପାଳଙ୍କୁ ସତର୍କ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏହି ୭ ଜିଲ୍ଲା ହେଲେ ଅନୁଗୁଳ, ନୟାଗଡ, କଟକ, ଖୋର୍ଦ୍ଧା, ପୁରୀ, ଜଗତସିଂହପୁର,କେନ୍ଦ୍ରାପଡା ।
ଏହି ସବୁ ଜିଲ୍ଲାରେ ଯେଉଁଠି ଦୁର୍ବଳ ନଦୀ ବନ୍ଧ ରହିଛି ସତର୍କ ରହିବାକୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ସେହିପରି ୧୫ଟି ଜିଲ୍ଲା ଉପରେ ସ୍ୱତନ୍ତ୍ର ନଜର ରଖାଯାଇଛି । ଦୁର୍ବଳ ନଦୀବନ୍ଧ ଗୁଡ଼ିକରେ ୨୪ ଘଂଟିଆ ପାଟ୍ରୋଲିଂ ପାଇଁ ନିର୍ଦ୍ଦେଶ ରହିଛି । ସ୍ଥାନୀୟ ପୋଲିସ, ଜଳସମ୍ପଦ ବିଭାଗ ଯନ୍ତ୍ରୀଙ୍କୁୁ ଏସଆରସି ନିର୍ଦ୍ଦେଶ ଦେଇଛନ୍ତି । ଦରକାର ପଡ଼ିଲେ ତଳିଆ ଅଞ୍ଚଳର ଲୋକଙ୍କୁ ନିରାପଦ ସ୍ଥାନ କିମ୍ବା କୋଠାଘରକୁ ସ୍ଥାନାନ୍ତର ପାଇଁ ପରାମର୍ଶ ଦିଆଯାଇଛି ।