ସକାଳୁ ଉଠିବା ପଛରେ ରହିଛି ଆଦି ମାନବ ଜିନ

ସକାଳୁ ଉଠିବା ପଛରେ ରହିଛି ଆଦି ମାନବ ଜିନ

ସକାଳ ଉଠିବା ପଛରେ ଆଦିମାନବ ଜିନ୍‌

ଯେଉଁମାନେ ସକାଳୁ ଉଠନ୍ତି ସେମାନଙ୍କ ପୂର୍ବପୁରୁଷ ‘ନିଅଣ୍ଡରଥାଲ୍‌ସ’ ପ୍ରଜାତିର ଆଦିମ ମଣିଷ ବୋଲି ଗବେଷକମାନେ ଦାବି କରିଛନ୍ତି । ‘ନିଅଣ୍ଡରଥାଲ୍ସ’ ପ୍ରଜାତିର ଆଦିମାନବଙ୍କ ଠାରୁ ଆହରିତ ଏକ ପ୍ରକାର ଡିଏନ୍‌ଏ ଯୋଗୁଁ ଏହି ପ୍ରଜାତିର ବଂଶଧରମାନେ ସକାଳୁ ଉଠିବାର ଅଭ୍ୟାସ ବଜାୟ ରଖିଛନ୍ତି । ପ୍ରାୟ ୭୦ ହଜାର ବର୍ଷ ତଳେ ‘ଡେନିସୋଭାନ୍ସ’ ପ୍ରଜାତିର ମାନବ ଆଫ୍ରିକାରୁ ୟୁରେସିଆକୁ ସ୍ଥାନାନ୍ତର ହୋଇଥିଲେ । ସେତେବେଳେ ସେମାନଙ୍କ ସହ ‘ନିଅଣ୍ଡରଥାଲ୍‌ସ’ ପ୍ରଜାତିର ଅନ୍ତଃପ୍ରଜନନ ଘଟିଥିଲା । ଉତ୍ତରାଞ୍ଚଳରେ ରହୁଥିବା ‘ନିଅଣ୍ଡରଥାଲସ’ମାନେ ଶୀତଳ ଓ ଅନ୍ଧାର ଜଳବାୟୁ ପ୍ରତି ସହନଶୀଳ ହୋଇପଡ଼ିଥିଲେ । ତେଣୁ ଅନ୍ତଃପ୍ରଜନନରୁ ଜନ୍ମିତ ଶିଶୁମାନଙ୍କ ଉପରେ ସେମାନଙ୍କର ଆନୁବଂଶିକ ପ୍ରଭାବ ରହିଥିଲା । ଆଧୁନିକ ମଣିଷର ଜିନୋମ୍‌ରେ ‘ନିଅଣ୍ଡରଥାଲ୍‌ସ’ ମାନଙ୍କର ଡିଏନଏର କିଛି ଅଂଶ ରହିଥିବାରୁ ନିଦ୍ରା ସମୟ ପ୍ରଭାବିତ ହୋଇଥାଏ । ତେଣୁ ସେଭଳି ବ୍ୟକ୍ତି ସକାଳୁ ଉଠିଥାନ୍ତି ବୋଲି ଏହି ରିପୋର୍ଟରେ କୁହାଯାଉଛି ।