ଘରର କେଉଁ ଦିଗରେ ନିର୍ମାଣ କରିବେ ଷ୍ଟୋର ରୁମ୍
ଯଦି ଘର ନିର୍ମାଣ କରିବା ସମୟରେ ସଠିକ୍ ସ୍ଥାନରେ ଷ୍ଟୋର ରୁମ୍ କରିନାହାନ୍ତି, ତେବେ ବାସ୍ତୁଦୋଷ ଉପôନ୍ନ ହେବା ସହିତ ଅନେକ ସମସ୍ୟା ଉପୁଜିପାରେ । ଏହାକୁ ସର୍ବଦା ଧ୍ୟାନରେ ରଖିବା ଯଦି ଘରେ କୌଣସି ଅଦରକାରୀ ଜିନିଷ ଅଛି, ତେବେ ତାହାକୁ ସଜାଡ଼ି ଦେଇ ସଠିକ୍ ସ୍ଥାନରେ ରଖନ୍ତୁ । ଅନୁପଯୋଗୀ ବସ୍ତୁଗୁଡିକ ଘରର ସକାରାତ୍ମକ ଶକ୍ତିକୁ ଦୁର୍ବଳ କରିଥାଏ । ଏସବୁକୁ ଷ୍ଟୋର ରୁମ୍ ରଖବାକୁ ହୁଏ । ତେଣୁ କେଉଁ ଦିଗରେ ଷ୍ଟୋର୍ ରୁମ୍ ରହିବା ଦ୍ୱାରା ସୁଖସମୃଦ୍ଧି ବୃଦ୍ଧି ହୋଇଥାଏ ଏବଂ କେଉଁ ଦିଗ ଏହା ପାଇଁ ଉଚିତ ନୁହେଁ, ସେ ସମ୍ପର୍କରେ କିଛି ବାସ୍ତୁ ନିୟମ ରହିଛି ।
ବିଭିନ୍ନ ଦିଗରେ ନିର୍ମିତ ଷ୍ଟୋର୍ରୁମ୍ ବିଭିନ୍ନ ପ୍ରଭାବ ପକାଇଥାଏ ।
-ଉତ୍ତର ଦିଗ ଧନ ଓ ସୁଯୋଗର କ୍ଷେତ୍ର ଅଟେ । ତେଣୁ ଏହି ଦିଗରେ ଷ୍ଟୋର୍ରୁମ୍ ରହିବା ଉଚିତ ନୁହେଁ । ଏହି ଦିଗରେ ଷ୍ଟୋର୍ରୁମ୍ ରହିବା ଦ୍ୱାରା ପରିବାର ସଦସ୍ୟଙ୍କ କ୍ୟାରିୟର୍ର ବିକାଶ ଓ ଧନ ଆଗମନରେ ବାଧକ ସୃଷ୍ଟି ହୋଇଥାଏ ।
- ଉତ୍ତର-ପୂର୍ବ ଦିଗକୁ ସବୁବେଳେ ଖୋଲା ରଖିବା ପାଇଁ ନିୟମ ରହିଛି । ଏହି ଦିଗ ବୁଦ୍ଧି ଓ ମାନସିକ ଶକ୍ତି ସହିତ ଜଡିତ । ତେଣୁ ଏହି ଦିଗରେ ଷ୍ଟୋର୍ରୁମ୍ ନିର୍ମାଣ କରି ଅଦରକାରୀ ଜିନିଷ ରଖିବା ଦ୍ୱାରା ନକାରାତ୍ମକ ଚିନ୍ତନ, ଦ୍ୱନ୍ଦ୍ୱ ଓ ଅନିଶ୍ଚିତତା ସୃଷ୍ଟି ହୁଏ ।
- ପୂର୍ବ ଦିଗରେ ମଧ୍ୟ ଷ୍ଟୋର୍ରୁମ୍ ନିର୍ମାଣ କରନ୍ତୁ ନାହିଁ । କାରଣ ଏହା ସ୍ୱାସ୍ଥ୍ୟ ଓ ଚିନ୍ତାଶକ୍ତି ଉପରେ କୁପ୍ରଭାବ ପକାଇଥାଏ । ସମାଜିକ କ୍ଷେତ୍ରରେ ବିକାଶରେ ଏହା ବାଧା ଦେଇଥାଏ । ଅନେକ ଚେଷ୍ଟା ପରେ ବି ବ୍ୟକ୍ତି ସଫଳ ହୋଇପାରିନଥାନ୍ତି ।
- ଦକ୍ଷିଣ ପୂର୍ବ ଦିଗ ଧନ ଆସିବା ଓ ଖର୍ଚ୍ଚ କରିବା ସହିତ ଜଡିତ । ତେଣୁ ଏହି ଦିଗରେ ଷ୍ଟୋର୍ରୁମ୍ ରହିବା ଦ୍ୱାରା ଧନ ଆସିବାର ମାର୍ଗ ଅବରୋଧ ହୋଇଥାଏ । ବାସ୍ତୁ ଶାସ୍ତ୍ର ଅନୁଯାୟୀ ଦକ୍ଷିଣରୁ ପଶ୍ଚିମ ଦିଗ ମଧ୍ୟରେ ଭାରୀବସ୍ତୁ ରଖୀବା ପାଇଁ ନିୟମ ରହିଛି । ତେଣୁ ଏହି ଦିଗରେ ଷ୍ଟୋର୍ରୁମ୍ ନିର୍ମାଣ କରିବା ସବୁଠାରୁ ଉକôୃଷ୍ଟ । ଏହି ଦିଗରେ ଷ୍ଟୋର୍ରୁମ୍ ନିର୍ମାଣ ହୋଇଥିଲେ ଶକ୍ତି, ଆତ୍ମବିଶ୍ୱାସ ଓ ସୁରକ୍ଷାର ଭାବନା ଆସିଥାଏ । ଅଜଣା ଭୟରୁ ମୁକ୍ତି ଦେବା ସହ ମନକୁ ଶାନ୍ତ ରଖୀଥାଏ ।
- ପଶ୍ଚିମ ଦିଗରେ ଷ୍ଟୋର୍ରୁମ୍ ନିର୍ମାଣ ମଧ୍ୟ ଉତ୍ତମ ପ୍ରଭାବ ପକାଇଥାଏ । ଏହା ଶିଶୁମାନଙ୍କ କ୍ଷେତ୍ରରେ ସଂସ୍କାରର ମୁଖ୍ୟ ଆଧାର ହୋଇଥାଏ ଏବଂ କ୍ୟାରିୟର୍ ପ୍ରତି ସଜାଗ ରହିବାରେ ସହାୟକ ହୋଇଥାଏ । ଏଠାରେ ଲୁହା ଆଲମାରୀ ଓ ପୁରୁଣା ବାକ୍ସ ଆଦି ରଖୀପାରିବେ ।
- ଉତ୍ତର-ପଶ୍ଚିମ ଦିଗ ସହଯୋଗ ସହିତ ସମ୍ପୃକ୍ତ । ତେଣୁ ଏହି ଦିଗରେ ଷ୍ଟୋର୍ରୁମ୍ ରହିବା ଅତ୍ୟନ୍ତ ଲାଭଦାୟକ । ଏଠାରେ ନିର୍ମିତ ଷ୍ଟୋର୍ରୁମ୍ରେ ଯେକୌଣସି ଜିନିଷ ରଖିହେବ । ଘରର ବାୟବ୍ୟ କୋଣରେ ନିର୍ମିତ ଷ୍ଟୋର୍ରୁମ୍ ଆର୍ଥିକ ଓ ସାମାଜିକ କ୍ଷେତ୍ରରେ ସହଯୋଗ ଦେଇଥାଏ ।




admin 