ଜାଣନ୍ତୁ, ବାସ୍ତୁ ଅନୁଯାୟୀ ଘରର କେଉଁଠି ଦର୍ପଣ ଲଗାଇବା ଶୁଭ

ଜାଣନ୍ତୁ, ବାସ୍ତୁ ଅନୁଯାୟୀ ଘରର  କେଉଁଠି ଦର୍ପଣ ଲଗାଇବା ଶୁଭ

ସବୁ ସ୍ଥାନରେ ନିଜ ମୁହଁ ଦେଖିବାକୁ ପାଇଁ ଆମେ ଖୋଜିଥାଉ ଦର୍ପଣ। ଦର୍ପଣ ବିନା ଆମ ଜୀବନ ଅଧୁରା ବୋଲି କହିଲେ ଚଳେ। ସାଧାରଣ ଜୀବନଚର୍ଯାରେ ଦର୍ପଣ ଆମ ପାଇଁ ଯେମିତି ଜରୁରୀ ଠିକ୍‌ ସେହିପରି ବାସ୍ତୁ ଶାସ୍ତ୍ରରେ ଏହାର ଏକ ବିଶେଷ ମହତ୍ତ୍ୱ ରହିଛି।

ବାସ୍ତୁ ଶାସ୍ତ୍ର ଅନୁସାରେ ଘରେ ଠିକ୍‌ ଦିଗରେ ଦର୍ପଣ ନ ଲଗାଇଲେ, ସୁଖଶାନ୍ତି ହ୍ରାସ ପାଇଥାଏ। ତେବେ ଆସନ୍ତୁ ଜାଣିବା ଦର୍ପଣ କେଉଁ ଦିଗରେ ଲଗାଇବା ଉଚିତ ଏବଂ କେଉଁ ଦିଗରେ ନୁହେଁ।

-ବେଡ୍‌ ସାମ୍ନାରେ ଦର୍ପଣ ଲଗାନ୍ତୁ ନାହିଁ। ଏହା ଦ୍ୱାରା ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ମତାନ୍ତର ହୋଇଥାଏ। ସ୍ୱାମୀସ୍ତ୍ରୀଙ୍କର ସବୁବେଳେ ଦେହ ଖରାପ ହୋଇଥାଏ। ଘର ଭିତରେ ଅଭାବ ଅନଟନ ଲାଗି ରହିଥାଏ। ଆପଣ ଏପରି ସ୍ଥାନରେ ଦର୍ପଣ ଲଗାନ୍ତୁ, ଯେପରି ଦର୍ପଣ ଛାଇ ଆପଣଙ୍କ ଉପରେ ପଡ଼ିବ ନାହିଁ।

-ବାଥରୁମ୍‌ରେ ଦର୍ପଣ ଲଗାଇବା ବେଳେ ଧ୍ୟାନ ଦେବା ଉଚିତ। ଦ୍ୱାରବନ୍ଧ ଠିକ୍‌ ସମ୍ମୁଖରେ ଦର୍ପଣ ଲଗାନ୍ତୁ ନାହିଁ। ଏହାଦ୍ୱାରା ଘରେ ନକରାତ୍ମାକ ଶକ୍ତି ବୃଦ୍ଧି ପାଇଥାଏ। ବାଥରୁମ୍‌ରେ ଏପରି ସ୍ଥାନରେ ଦର୍ପଣ ଲଗାନ୍ତୁ, ଯେପରି ତାର ପ୍ରତିଫଳନ ବାହାରକୁ ପଡ଼ିବ ନାହିଁ।

-ଭାଙ୍ଗି ଯାଇଥିବା ଦର୍ପଣ କିମ୍ୱା ଝାପ୍‌ସା ଦେଖାଯାଉଥିବା ଦର୍ପଣ ଘରେ ରଖନ୍ତୁ ନାହିଁ। ଏହା ଦ୍ୱାରା ଘରକୁ ନକାରାତ୍ମକ ଶକ୍ତି ପ୍ରବେଶ କରିଥାଏ।

-ଘରର ଉତ୍ତର ଦିଗରେ ଦର୍ପଣ ରହିଲେ, ଘରେ ଆର୍ଥିକ ଉନ୍ନତି ହୋଇଥାଏ। ସେହିପରି ଐଶାନ୍ୟ କୋଣ ଓ ପୂର୍ବ ଦିଗରେ ଦର୍ପଣ ଲଗାଇଲେ ଘରର ସଦସ୍ୟଙ୍କ ଉନ୍ନତି ସହିତ ସମାଜରେ ପ୍ରତିଷ୍ଠା ମିଳିଥାଏ।

- ବାସ୍ତୁ ଅନୁସାରେ ଗୋଲ୍‌ ଆକୃତିର ଦର୍ପଣକୁ ଘରେ ରଖିବା ଅଶୁଭ। ବର୍ଗାକାର କିମ୍ୱା ଆୟତ୍ତାକାର ଦର୍ପଣ ଘରେର ଖିବା ଶୁଭ ବୋଲି ବିଶ୍ୱାସ ରହିଛି ।