ଘରେ କରନ୍ତୁ ଗରମ ମସଲା

ଘରେ କରନ୍ତୁ ଗରମ ମସଲା

ରୋଷେଇରେ ଗରମ ମସଲାର ଉପସ୍ଥିତି ଅତି ସାଧାରଣ। ବିଭିନ୍ନ ନାମୀ କମ୍ପାନିର ଗୁଣ୍ଡ ମସଲା ବ୍ୟତୀତ ଅ‌େ‌ନକେ ଘରେ ଏହାକୁ ପ୍ରସ୍ତୁତ କରିବାକୁ ଭଲ ପାଆନ୍ତି। କାରଣ ପ୍ରତି ପରିବାରର ସ୍ବତନ୍ତ୍ର ସ୍ବାଦ ଓ ସୁଗନ୍ଧ ତାଙ୍କ ରାନ୍ଧଣାରୁ ହିଁ ଜାଣିହୁଏ। ଗରମ ମସଲା ପ୍ରସ୍ତୁତି ଲାଗି ଆବଶ୍ୟକ ଏକ ଚାମଚ ଗୋଟା ଧନିଆ, ଏକ ଚାମଚ ଗୋଟା ଜିରା, ଲକ ଚାମଚ ଗୋଲମରିଚ , ଗୋଟିଏ ଜାଇତ୍ରୀ, ଗୋଟିଏ ଜାଇଫଳ, ଗୋଟେ ଚାମଚ ପାନମହୁରୀ, ୫/୬ଟି ଗୁଜୁରାତି, ଦୁଇଟି ଅଳେଇଚ, ଗୋଟେ ଚାମଚ ଲବଙ୍ଗ, ଦୁଇଟି ତେଜପତ୍ର, ଗୋଟିଏ ଚକ୍ରୀ ଫୁଲ (ଷ୍ଟାର୍‌ ଅନିଶ୍‌), ଶୁଖିଲା ଲଙ୍କା ୫/୬ଟି, ଡାଲଚିନି ୨ ଇଞ୍ଚର।

ସବୁ ମସଲାକୁ ହାଲୁକା ଆଞ୍ଚରେ ବାସ୍ନା ଆସିବା ଯାଏ ଅଲଗା ଅଲଗା ଭାଜିନେବେ। ଯଦି ପାରିବେ ଏହି ମସଲାରେ ଅଳ୍ପ କବାବ୍‌ ଚିନି, ସାହାଜିରା ଓ ପଥର ଫୁଲ ବା ଜଗଡ୍‌ ଫୁଲ ମିଶେଇଲେ ବାସ୍ନା ବଢ଼ିଯିବ। ସବୁ ମସଲା ଥଣ୍ଡା ହେଲାପରେ ଗ୍ରାଇଣ୍ଡର୍‌ରେ ମସଲା ସବୁ ଅଳ୍ପ ଲୁଣ, ଟିକେ ହଳଦୀଗୁଣ୍ଡ ଓ କଶ୍ମୀର ଲାଲ୍‌ ଲଙ୍କାଗୁଣ୍ଡ ଚାମୁଚେ ପକାଇ ଭଲରେ ଗ୍ରାଇଣ୍ଡ୍‌ କରି ଛଣାରେ ଛାଣିନେବେ। ଏହାକୁ ଛ’ମାସ ଯାଏ ବ୍ୟବହାର କରିହେବ। ଉଭୟ ଆମିଷ ଓ ନିରାମିଷ ରାନ୍ଧଣାର ସ୍ବାଦ ବଢ଼ିଯିବ ନିଶ୍ଚୟ।