କ୍ଳେଶ ଦୂର କରିବ କଳା ବାଇଗଣ

ପରିବା ମଧ୍ୟରେ ବାଇଗଣର ଏକ ସ୍ୱତନ୍ତ୍ରତା ରହିଛି । କିନ୍ତୁ ଜ୍ୟୋତିଷ ଶାସ୍ତ୍ରରେ ଏହାକୁ କ୍ଳେଶ ଦୂରକାରୀ ଭାବେ ଗ୍ରହଣ କରାଯାଇଥାଏ । ଆସନ୍ତୁ ଜାଣିବା ବାଇଗଣ ଆମ ଜୀବନର ସମସ୍ୟାକୁ କିପରି ସମାଧାନ କରୁଛି ।
ଜେଲ ଯିବାର ଯୋଗ ଦୂରକରେ ଜ୍ୟୋତିଷଙ୍କ ଅନୁସାରେ ଯଦି ଆପଣଙ୍କର ଜେଲ ଯିବାର ଯୋଗ ରହିଛି, ସଫେଇ କର୍ମଚାରୀଙ୍କୁ ବାଇଗଣ ଦାନ କରନ୍ତୁ ଏହି ସମସ୍ୟା ସହଜରେ ଦୂର ହୋଇପାରେ ।
ଶନିଦଶୀରୁ ମୁକ୍ତି ମିଳେ
ଆପଣଙ୍କ ଜାତକରେ ଯଦି ସାଢେ ସାତ ଓ ଅଢେ଼ଇ ଶନି ମହାଦଶା ପଡିଥାଏ, ତେବେ କଳା ବାଇଗଣ ଗରିବ କିମ୍ବା ଦିନ ମଜୁରିଆଙ୍କୁ ଦାନ କରନ୍ତୁ । ଏଥିସହିତ ଶନିଦଶା ଭୋଗ କରୁଥିବା ବ୍ୟକ୍ତି ଅମାବାସ୍ୟା, ଶ୍ରାଦ୍ଧପକ୍ଷ, ଶନିବାର ଦ୍ୱିତୀୟା ପ୍ରଦୋଷ ତିଥି ଓ କାର୍ତ୍ତିକ ମାସରେ ଆଦୌ ବାଇଗଣ ଖାଆନ୍ତୁ ନାହିଁ ।
ବ୍ୟବସାୟରେ କ୍ଷତି ହେଉଥିଲେ
ଯଦି ଆପଣଙ୍କର ବ୍ୟବସାୟରେ ଲଗାତର କ୍ଷତି ହେଉଛି ତେବେ ଶ୍ରମିକ, ମୁଲିଆଙ୍କୁ ବାଇଗଣ ଦାନ କରନ୍ତୁ । ଯଦି ପାରୁଛନ୍ତି ଶନିବାର ଦିନ ଦାନକଲେ କିଛି ଦିନ ଭିତରେ ଆପଣଙ୍କ ବ୍ୟବସାୟରେ ଲାଭ ଯୋଗ ସୃଷ୍ଟି ହେବ ।
ପାରିବାରିକ କ୍ଳେଶ ଦୂର ହେବ
ଯଦି ଆପଣଙ୍କ ପରିବାର ସଦସ୍ୟଙ୍କ ମଧ୍ୟରେ ଅଯଥାରେ କଳହ ଲାଗି ରହୁଛି ତେବେ ଯେକୌଣସି ପଶୁଙ୍କୁ ବାଇଗଣ ଖାଇବାକୁ ଦିଅନ୍ତୁ । ତା'ଛଡା ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଗାଈକୁ କଳା ବାଇଗଣ ଖାଇବାକୁ ଦେଲେ ପାରିବାରିକ କ୍ଳେଶ ସହିତ ଶାରୀରିକ କଷ୍ଟ ଦୂର ହୁଏ ହୋଇଥାଏ ।
ମିଥ୍ୟା ମକଦ୍ଦମାରୁ ମୁକ୍ତି ମିଳିବ
ଯଦି ଆପଣ କୌଣସି ମିଥ୍ୟା ମକଦ୍ଦମାରେ ଫସି ଯାଇଛନ୍ତି, ଏଥୁରୁ ତୁରନ୍ତ ମୁକ୍ତି ପାଇବା ଲାଗି ଚାହୁଁଛନ୍ତି ମଙ୍ଗଳବାର ଦିନ ମାଙ୍କଡକୁ ବାଇଗଣ ଖାଇବାକୁ ଦିଅନ୍ତୁ ।
ଦୁର୍ଘଟଣାରୁ ମୁକ୍ତି ପାଇବା ଲାଗି
ଶନିବାର ଦିନ ମଇଁଷିକୁ କଳା ବାଇଗଣ ଖାଇବାକୁ ଦେବା ଦ୍ୱାରା ଦୁର୍ଘଟଣାରୁ ସହଜରେ ମୁକ୍ତି ମିଳିଥାଏ ।