‘ବନ୍ଦେ ଭାରତ’ ଏକ୍ସପ୍ରେସ୍‌ କୁ ନେଇ ଚିଠି ଲେଖିଲେ ପରିବହନ ମନ୍ତ୍ରୀ

‘ବନ୍ଦେ ଭାରତ’ ଏକ୍ସପ୍ରେସ୍‌ କୁ ନେଇ ଚିଠି ଲେଖିଲେ ପରିବହନ ମନ୍ତ୍ରୀ

ଭୁବନେଶ୍ବର: ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ରାଜ୍ୟ ପରିବହନ ମନ୍ତ୍ରୀ ଟୁକୁନି ସାହୁଙ୍କ ଚିଠି ଲେଖିଛନ୍ତି । ‘ବନ୍ଦେ ଭାରତ’ ଏକ୍ସପ୍ରେସ୍‌ ନେଇ ଚିଠି ଲେଖିଛନ୍ତି ପରିବହନ ମନ୍ତ୍ରୀ । ୩ଟି ରୁଟ୍‌ରେ ‘ବନ୍ଦେ ଭାରତ’ ଏକ୍ସପ୍ରେସ୍‌ ଚଳାଚଳ ପାଇଁ  ଚିଠି ଲେଖି ଦାବି କରିଛନ୍ତି ମନ୍ତ୍ରୀ ଟୁକୁନି ସାହୁ। ପୁରୀ-ହାୱଡା ମଧ୍ୟରେ ‘ବନ୍ଦେ ଭାରତ’ ଚଳାଚଳ ପାଇଁ ଦାବି କରାଯାଇଥିବା ବେଳେ ପୁରୀ-ରାୟପୁର ଭାୟା ରାଉରକେଲା- ସମ୍ବଲପୁର ମଧ୍ୟରେ ଚଳାଚଳ ଲାଗି ଦାବି ହୋଇଛି। ସେହିପରି ଭୁବନେଶ୍ୱର-ହାଇଦ୍ରାବାଦ ମଧ୍ୟରେ ଚଳାଚଳ ପାଇଁ ଦାବି ହୋଇଛି। ସୂଚନା ଅନୁଯାୟୀ,  ଓଡ଼ିଶାରେ ପରୀକ୍ଷାମୂଳକ ଭାବେ ଆଜି ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନ ଗଡିଛି । ହାୱଡା-ପୁରୀ ବନ୍ଦେ ଭାରତ ଏକ୍ସପ୍ରେସ ଆଜି ସକାଳ ୬.୧୦ରେ ହାୱଡାରୁ ବାହାରିଥିଲା ।

ପୁରୀରେ ପହଞ୍ଚିବାକୁ ପ୍ରାୟ ୬ ଘଣ୍ଟା ଲାଗିବ ବୋଲି ରେଳବାଇ ପକ୍ଷରୁ କୁହାଯାଇଛି । ମଧ୍ୟାହ୍ନ ପ୍ରାୟ ୧୨.୩୫ ବେଳକୁ ଏହା ପୁରୀରେ ପହଞ୍ଚିବ । ଟ୍ରେନ ପୁଣି ପୁରୀରୁ ୧.୫୦ରେ ବାହାରିବ ଏବଂ ହାୱଡାରେ ୮.୩୦ରେ ପହଞ୍ଚିବ । ବର୍ତ୍ତମାନ ସୁଦ୍ଧାରେ ଦେଶରେ ୯ଟି ରୁଟରେ ବନ୍ଦେ ଭାରତ ଏକ୍ସପ୍ରେସ ଚଳାଚଳ କରୁଛି।