କେମିତି ବାଛିବେ ସନ୍ ସ୍କ୍ରିନ ଲୋସନ?

କେମିତି ବାଛିବେ ସନ୍ ସ୍କ୍ରିନ ଲୋସନ?

 ତାପମାତ୍ରା ଓ ଗରମ ପ୍ରତ୍ୟେକ ବ୍ୟକ୍ତିର ତ୍ୱଚାକୁ କ୍ଷତି ପହଞ୍ଚାଇପାରେ । ତ୍ୱଚାକୁ ସୁସ୍ଥ ରଖିବା ପାଇଁ ସନ୍ସ୍କ୍ରିନ୍ ଲୋସନ ଚୟନ କରିବା ଖୁବ୍ ଜରୁରୀ । ଖରାରୁ ଆସୁଥିବା ହାନିକାରକ କିରଣ କେବଳ ଡାର୍କ ସର୍କଲ୍ ବା ତ୍ୱଚାକୁ ଲୋଚାକୋଚା କରେନା ବରଂ ତ୍ୱଚା କର୍କଟ ପରି ସମସ୍ୟା ମଧ୍ୟ ସୃଷ୍ଟି କରିଥାଏ ।

ତେଣୁ ଚାଲନ୍ତୁ ଜାଣିବା କେମିତି ଚୟନ କରିବେ ତ୍ୱଚା ପାଇଁ ଭଲ ସନ ସ୍କ୍ରିନ ଲୋସନ୍ । 

ପ୍ରାୟ ଲୋକ ସନ୍ ସ୍କ୍ରିନ କିଣିବା ସମୟରେ କେବଳ ଏସ୍ପିଏଫ୍ ପ୍ରତି ଧ୍ୟାନ ଦେଇଥାନ୍ତି । ଏହାବ୍ୟତୀତ ମଧ୍ୟ କେତେକ ଦିଗ ପ୍ରତି ଧ୍ୟାନ ଦେବାକୁ ପଡିଥାଏ । ସନ୍ସ୍କ୍ରିନ୍ ଲୋସନ୍ କିଣିବା ସମୟରେ କେଉଁ କେଉଁ ମାନଦଣ୍ଡ ପ୍ରତି ଧ୍ୟାନ ଦେବା ଆବଶ୍ୟକ । 

କେମିତି ଚୟନ କରିବେ? 

ସନ୍ ସ୍କ୍ରିନ ଲୋସନ୍ କିଣିବା ସମୟରେ ଏସ୍ପିଏଫ୍ ପ୍ରତି ଧ୍ୟାନ ଦେବା ଜରୁରି । କାରଣ ଏସ୍ପିଏଫ୍ ସୂର୍ଯ୍ୟଙ୍କ ୟୁଭିବି କିରଣକୁ ରୋକିଥାଏ । ଏହି କିରଣ ତ୍ୱଚାର ଉପର ପରସ୍ତ ଉପରେ କ୍ଷତି ପହଞ୍ଚାଇଥାଏ । କିନ୍ତୁ ୟୁଭିଏ ତ୍ୱଚାର ଭିତରକୁ କ୍ଷତିଗ୍ରସ୍ତ କରିଥାଏ, ଯାହା ଚର୍ମ କର୍କଟର ଆଶଙ୍କାକୁ ବଢାଇଥାଏ । ୟୁଭିଏ କିରଣରୁ ରକ୍ଷା ପାଇବା ପାଇଁ ସନ ସ୍କ୍ରିନ ପ୍ରୋଟେକ୍ସନ ଗ୍ରେଡ୍ କେତେ ରହିଛି, ଜାଣିବା ଜରୁରି । ସେଥିପାଇଁ ଆପଣ ସନ୍ ସ୍କ୍ରିନ ଉପରେ ଥିବା ପିଏ(ପ୍ଲସ୍) ର ଚିହ୍ନ ଦେଖିବା ଆବଶ୍ୟକ । ଯେତେ ଅଧିକ ପ୍ଲସ୍ ଚିହ୍ନ ସେତେ ଅଧିକ ସୁରକ୍ଷା । ତେଣୁ ବୁଝିବା ଦରକାର ଯେ ସନ୍ ସ୍କ୍ରିନ କେତେ ପ୍ରଭାବଶାଳୀ । ସେଥିପାଇଁ ଦୁଇ ମାନଦଣ୍ଡର ଧ୍ୟାନ ରଖିବା ଜରୁରି । 

କେମିତି ବ୍ୟବହାର କରିବେ?

ସନ୍ ସ୍କ୍ରିନ ଲୋସନ୍, ପାଉଡର୍, ଷ୍ଟିକ୍, ସ୍ପ୍ରେ ଆଦି ରୂପରେ ବଜାରରେ ଉପଲବ୍ଧ । ସନ୍ ସ୍କ୍ରିନ ଲଗାଇବା ପାଇଁ ପ୍ରଥମେ ଦୁଇ ଆଙ୍ଗୁଳିରେ ଲୋସନ୍ ନେଇ ତ୍ୱଚା ଉପରେ ସମାନ ଭାବେ ଲଗାଇବା ଉଚିତ୍ । ଏଥିସହିତ ପ୍ରତି ଦୁଇ ଘଣ୍ଟାରେ ଥରେ ଲଗାଇବା ଦରକାର । ଏପରିକି ଘରେ ରହୁଥିଲେ ମଧ୍ୟ ସନ୍ ସ୍କ୍ରିନ ଲୋସନ୍ ବ୍ୟବହାର କରିବାକୁ ଭୁଲନ୍ତୁ ନାହିଁ ।