୬ରେ ଓଡିଶା ଆସିବେ ରାହୁଲ ଗାନ୍ଧୀ

୬ରେ ଓଡିଶା ଆସିବେ ରାହୁଲ ଗାନ୍ଧୀ

ଫେବ୍ରୁଆରୀ ୬ ତାରିଖରେ ଓଡିଶା ଆସିବେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ । ୬ତାରିଖ ସନ୍ଧ୍ୟାରେ ବୀରମିତ୍ରପୁରରେ ତାଙ୍କୁ ସ୍ୱାଗତ କରାଯିବ । ପିସିସି ସଭାପତି ଶରତ ପଟ୍ଟନାୟକ ଆଜି ଏହି ସୂଚନା ଦେଇଛନ୍ତି ।

ସେ କହିଛନ୍ତି ଯେ, ୬ ତାରିଖ ସନ୍ଧ୍ୟାରେ ରାହୁଲ ଗାନ୍ଧୀ ବୀରମିତ୍ରପୁରରେ ପହଁଚିବେ । ସେହିଠାରେ ତାଙ୍କୁ ସ୍ୱାଗତ କରାଯିବ । ୩ଟି ସାଂଗଠନିକ ଜିଲ୍ଲାରେ ରାହୁଲଙ୍କର ନ୍ୟାୟ ଯାତ୍ରା କାର୍ଯ୍ୟକ୍ରମ ରହିଛି । ରାଉରକେଲା, ସୁନ୍ଦରଗଡ, ଝାରସୁଗୁଡାରେ ୭ ଓ ୮ରେ କାର୍ଯ୍ୟକ୍ରମ ରହିଛି । ରାଉରକେଲାରେ ରାହୁଲ ଗାନ୍ଧି ରୋଡ ଶୋ’ କରିବେ । ରାହୁଲ ବେଦବ୍ୟାସଠାରେ ରାତ୍ରି ଯାପନ କରିବେ । ୭ ତାରିଖ ସକାଳେ ରାଉରକେଲା ପରେ ରାଜଗାଙ୍ଗପୁର, ଉତରା ଓ ସୁନ୍ଦରଗଡ଼ରେ ସାଧାରଣ ସଭା କରିବେ । ପରେ ଝାରସୁଗୁଡାରେ ରାତ୍ରି ଯାପନ କରିବେ । ୮ ତାରିଖରେ ବ୍ରଜରାଜ ନଗର, ବେଲପାହାଡ଼ ଓ ଶେଷରେ କନକତରାରୁ ଛତିଶଗଡ଼ ଯିବେ ରାହୁଲ ।

ସୂଚନାଯୋଗ୍ୟ, କଂଗ୍ରେସ ନେତା ରାହୁଲ ଗାନ୍ଧୀ ନିଜର ‘ଭାରତ ଯୋଡ ନ୍ୟାୟ ଯାତ୍ରା’ରେ ଓଡିଶାର ୪ଟି ଜିଲ୍ଲାରେ ପଦଯାତ୍ରା କରିବେ । କିଛି ଦିନ ତଳେ କଂଗ୍ରେସ ସାଧାରଣ ସମ୍ପାଦକ ଜୟରାମ ରମେଶ ନିଜର ଏକ୍ସରେ ଏ ସମ୍ପର୍କରେ ସୂଚନା ଦେଇଥିଲେ ।

ସେ କହିଥିଲେ- ରାହୁଲ ଗାନ୍ଧୀ ଝାଡଖଣ୍ଡର ଜାମସେଦପୁର ବାଟ ଦେଇ ଓଡିଶାର କେନ୍ଦୁଝର ଜିଲ୍ଲାରେ ପ୍ରବେଶ କରିବେ । ସେ ଓଡିଶାର ୩୪୧ କିମି ରାସ୍ତାକୁ ଅତିକ୍ରମ କରିବେ । ଏଥିରେ ସୁନ୍ଦରଗଡ, ସମ୍ବଲପୁର ଓ ଝାରସୁଗୁଡା ଜିଲ୍ଲା ରହିଛି । ଝାରସୁଗୁଡା ଜିଲ୍ଲାରେ ସେ ଅଧିକ ସମୟ ବିଶ୍ରାମ ନେବାର କାର୍ଯ୍ୟକ୍ରମ ରହିଛି । ଝାରସୁଗୁଡା ଅତିକ୍ରମ କରି ସେ ଛତିଶଗଡ ଭିତରେ ପ୍ରବେଶ କରିବେ ।

ଏଥିପାଇଁ ରାହୁଲ ଗାନ୍ଧୀଙ୍କ ଅଫିସରୁ ଏଥିପାଇଁ ୨ଟି ଟିମ୍ ଆସି ଓଡ଼ିଶାରେ ପହଁଚିଛନ୍ତି । ଗୋଟିଏ ଟିମ୍ ସୁନ୍ଦରଗଡ଼ ଓ ଅନ୍ୟ ଟିମ୍ ଭୁବନେଶ୍ୱରରେ କାର୍ଯ୍ୟ କରୁଛି । ଏହାସହ ଓଡିଶାରେ ଯାତ୍ରା ପରିଚାଳନା ଲାଗି ଗଠିତ କମିଟିର ଅଧ୍ୟକ୍ଷ ସନ୍ତୋଷ ସିଂ ସାଲୁଜା, ଉପାଧ୍ୟକ୍ଷ ନବଜ୍ୟୋତି ପଟ୍ଟନାୟକ ଓ ଆବାହାକ ମାନସ ଚୌଧୁରୀଙ୍କୁ ସଂଯୋଜନା ଦାୟିତ୍ୱ ଦିଆଯାଇଛି । ସବୁ ବିଧାୟକଙ୍କୁ ମଧ୍ୟ ଦାୟିତ୍ୱ ଦିଆଯାଇଛି । ଛାତ୍ର କଂଗ୍ରେସ, ଯୁବ କଂଗ୍ରେସ, ସମସ୍ତ କଂଗ୍ରେସ ବିଧାୟକ ପ୍ରାର୍ଥୀ ଏଥିରେ ସହଯୋଗ କରିବେ ।