ଛପନ ଭୋଗ କ’ଣ ଜାଣନ୍ତି କି ?
ମହାପ୍ରଭୁ ଜଗନ୍ନାଥଙ୍କର ପ୍ରିୟ ଷାଠିଏ ନଉତି। ସେଥି ମଧ୍ୟରୁ ଛପନ ଭୋଗ ଅନ୍ୟତମ । ଜଗତର ନାଥ ଜଗନ୍ନାଥଙ୍କୁ ସମର୍ପିତ ନୈବେଦ୍ୟଗୁଡ଼ିକୁ ଛପନ ଭୋଗ କୁହାଯାଏ । ଅନ୍ନ, ଡାଲି, ଡାଲମା, ମହୁର, ବେସର, ଶାଗ ଆଦିକୁ ବାଦ୍ ଦେଇ ମହାପ୍ରଭୁଙ୍କର ଛପନ ଭୋଗରେ ରହିଛି- ଅଟକାଳି, ଅମାଲୁ, ଆରିସା, ଏଣ୍ଡୁରି, କଦମ୍ବା, କାକରା, କାନ୍ତି, କେଳି, କୋରା, ଖଇରଚୂଳ, ଖଜା, କ୍ଷୀରି, ଖିରିସା, ଖୁରୁମା, ଖେଚୁଡ଼ି, ଗଇଁଠା, ଗଜା, ଗୋଟାଳି, ଚକଟା, ଚକୁଳି, ଚିତଉ, ଛୁଂଚିପତ୍ର, ଶ୍ରୀଜଗନ୍ନାଥବଲ୍ଲଭ ଓ ଜେନାମଣି । ସେହିପରି ଝିଲି, ତାକୁଆ, ଡାଳିମ୍ବ, ଚକା ଅବସର, ତ୍ରିପୁରି, ଧଉଳା, ନାଡ଼ି, ପଣସୁଆ, ପଣା, ପାଚେଡ଼ି, ପାମ୍ପୁଡ଼ି, ପାଳୁଅ, ପଖାଳ, ପିଠା, ପୁରୀ, ପୁଳି, ଫେଣି, ବଢ଼ା, ବଳି ବାମନ, ଭଜା, ମଣ୍ଡା, ମନୋହରୀ, ମହାଦେଇ, ମାଣ୍ଡୁଆ, ମୋହନଭୋଗ, ରସାବଳି, ଲଡୁ, ରାଧାବଲ୍ଲଭ, ଲହୁଣିଖିଆ, ଲକ୍ଷ୍ମୀବିଳାସ, ହଂସବଲ୍ଳଭ ଭୋଗ ହୁଏ ।




admin 