ଅମିତାଭଙ୍କ ସହ ପ୍ରଥମ ସୁଯୋଗ

ଅମିତାଭଙ୍କ ସହ ପ୍ରଥମ ସୁଯୋଗ

ଅମିତାଭଙ୍କ ସହ ପ୍ରଥମ ସୁଯୋଗ
ରୁମୀ ଜାଫରୀଙ୍କ ଆଗାମୀ ରହସ୍ୟ ରୋମାଞ୍ଚ ଭରା ଚଳଚ୍ଚିତ୍ର ‘ଚେହେରା’ର ସୁଟିଂ ଆରମ୍ଭ ହୋଇଗଲାଣି । ଏଥିରେ ମୁଖ୍ୟ ଅଭିନେତ୍ରୀ ଭୂମିକାରେ ଅଭିନୟ ପାଇଁ କୃତି ଖରବନ୍ଦାଙ୍କୁ ବଛାଯାଇଥିଲା । ତେବେ ସୁଟିଂ ସେଟ୍ରେ ନାନା ସମସ୍ୟା ସୃଷ୍ଟି କରିବାରୁ ନିର୍ମାତା ନିଦେ୍ର୍ଧଶକ ତାଙ୍କୁ ବିଦା କରିଦେଇଛନ୍ତି । ତାଙ୍କ ସ୍ଥାନ ନେଇଛନ୍ତି ଟେଲିଭିଜନ ଅଭିନେତ୍ରୀ କ୍ରିଷ୍ଟଲ ଡି’ସୁଜା । ଆସନ୍ତା ବର୍ଷ ଏପି୍ରଲରେ ମୁକ୍ତିଲାଭ କରିବାକୁ ଥିବା ଏହି ଫିଲ୍ମରେ ମୁଖ୍ୟ ଅଭିନେତା ଅମିତାଭ ବଚ୍ଚନ ଓ ଇମରାନ ହାଶମୀ । ଦୁଇ ଜଣ ପ୍ରସିଦ୍ଧ ଅଭିନେତା ସହ ପ୍ରଥମ ପଦାର୍ପଣରେ ଅଭିନୟ ସୁଯୋଗ ପାଇ କି୍ରଷ୍ଟଲ ବେଶ୍ ଆନନ୍ଦିତ ଓ ଉତ୍ସାହିତ । ଅଣତିରିଶ ବର୍ଷ ବୟସ୍କା କ୍ରିଷ୍ଟଲଙ୍କ ଟେଲିଭିଜନକୁ ଅଭିନେତ୍ରୀ ଜୀବନ ୨୦୦୭ରେ ଆରମ୍ଭ ହୋଇଥିଲା । ପ୍ରଥମ ଧାରାବାହିକ ଥିଲା ‘କହେ ନା କହେ’, ‘କିସ୍ ଦେଶ ମେ ହୈ ମେରା ଦିଲ୍’, ‘କସ୍ତୁରୀ’, ‘ଏକ ହଜାରୋଁ ମେଁ ମେରୀ ବହନା ହୈ, ‘ଏକ ନଈ ପହଚାନ’ ଆଦି ସେ ଅଭିନୟ କରିଥିବା ପ୍ରସିଦ୍ଧ ଧାରାବାହିକ । ୨୦୦୮ ରେ ମୁକ୍ତିଲାଭ କରିଥିବା ‘ସି କମ୍ପାନୀ’ରେ ସେ ଅତିଥି କଳାକାର ଭାବେ ବାହାରିଥିଲେ ।