ମୋତେ କେହି ପଚାରୁନାହାଁନ୍ତି: ଶଙ୍କରାଚାର୍ୟ୍ୟ

ମୋତେ କେହି ପଚାରୁନାହାଁନ୍ତି: ଶଙ୍କରାଚାର୍ୟ୍ୟ

ଭୁବନେଶ୍ୱର: ଶ୍ରୀମନ୍ଦିର ଚାରିଦ୍ୱାରା ଖୋଲିବା ପ୍ରସଙ୍ଗରେ ମୁହଁ ଖୋଲିଲେ ଶଙ୍କରାଚାର୍ୟ୍ୟ । କହିଲେ ମୋତେ କେହି ପଚାରୁନାହାଁନ୍ତି । ପ୍ରଶାସନ ଉପରେ ମଧ୍ୟ ଅସନ୍ତୋଷ ବ୍ୟକ୍ତ କରିଛନ୍ତି ପୁରୀ ଗୋବର୍ଦ୍ଧନ ମଠର ଶଙ୍କରାଚାର୍ୟ୍ୟ ସ୍ୱାମୀ ନିଶ୍ଚିଳାନନ୍ଦ ସରସ୍ୱତୀ । ଗୁଜରାଟରେ ଅନୁଷ୍ଠିତ ଏକ ଆଧ୍ୟାତ୍ମିକ କାର୍ୟ୍ୟକ୍ରମରେ ଯୋଗଦେଇ ଶଙ୍କରାଚାର୍ୟ୍ୟ କ୍ଷୋଭ ପ୍ରକାଶ କରିଛନ୍ତି । ଶ୍ରୀମନ୍ଦିର ପ୍ରସଙ୍ଗରେ ତାଙ୍କ ଠାରୁ କୌଣସି ମତାମତ ନିଆଯାଉନାହିଁ ବୋଲି କହିଛନ୍ତି ।

ଶାସନତନ୍ତ୍ର, ଶ୍ରମନ୍ଦିର ପରିଚାଳନା କମିଟି, ସେବାୟତ ସମସ୍ତେ ଦୂରତା ଅବଲମ୍ବନ କରୁଥିବା କହିଛନ୍ତିି ଶଙ୍କରାଚାର୍ୟ୍ୟ । ଶ୍ରୀମନ୍ଦିରର ଯେକୌଣସି କାର୍ୟ୍ୟରେ ତାଙ୍କର ପରାମର୍ଶ ନେବାକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଥିଲେ ମଧ୍ୟ ସମସ୍ତେ ଅଣଦେଖା କରୁଛନ୍ତି ବୋଲି ସେ କ୍ଷୋଭର ସହ କହିଛନ୍ତି । ଶଙ୍କରାଚାର୍ୟ୍ୟ କହିଛନ୍ତି, ରଥଯାତ୍ରା ସମୟରେ କେବଳ ରଥ ଉପରକୁ ଯିବା ବ୍ୟତୀତ ତାଙ୍କର ଆଉ କିଛି ସମ୍ପର୍କ ନାହିଁ ।