ପୁନରୁଦ୍ଧାର ହେବ ପୁରୀର ଐତିହ୍ୟ ସମ୍ପର୍ଣ୍ଣ ପାଥେର୍ ପୁରୀ |

ପୁନରୁଦ୍ଧାର ହେବ ପୁରୀର ଐତିହ୍ୟ ସମ୍ପର୍ଣ୍ନ ପାଥେର୍ ପୁରୀ। ଏକ ସୁନ୍ଦର ସଂଗ୍ରାହାଳୟର ରୂପ ନେବ ଏହି ବାସଗୃହ। ଏ ନେଇ ଓଡିଆ ଭାଷା,,ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ଏଭଳି  ନିଷ୍ପତ୍ତି ନିଆଯାଇଥିବା କହିଛନ୍ତି ସଂସ୍କୃତି ମନ୍ତ୍ରୀ ସୂରଜ ସୂର୍ଜ୍ୟବଂଶୀ। ବିଶ୍ୱକବି ରବୀନ୍ଦ୍ରନାଥ ଟାଗୋରଙ୍କ ବାସଗୃହ “ପାଥେର ପୁରୀ”ର ପୁନରୁଦ୍ଧାର କରାଯାଇ ଏହାକୁ ଏକ ସଂଗ୍ରହାଳୟରେ ପରିଣତ କରାଯିବ |

ପୁନରୁଦ୍ଧାର ହେବ ପୁରୀର ଐତିହ୍ୟ ସମ୍ପର୍ଣ୍ଣ ପାଥେର୍ ପୁରୀ |
Puri’s Historic ‘Pathera Puri’ to Be Restored Soon

ପୁରୀ ଭିଆଇପି ରୋଡ୍ ସୁବାଷ ବୋଷ ଛକ ନିକଟରେ ରହିଛି ଏହି ପାଥେର୍ ପୁରୀ ଛାତ୍ରାବାସ। ଏହି କୋଠାଟି ବିଶ୍ୱକବି ରବୀନ୍ଦ୍ର ନାଥ ଟାଗୋରଙ୍କ ନିଜ ବାସଭବନ। ବିଶ୍ୱକବି ରବୀନ୍ଦ୍ର ନାଥ ଟାଗୋରଙ୍କ ମୃତ୍ୟୁ ପୂର୍ବରୁ ତାଙ୍କର ଏହି ବାସଭବନକୁ ସାମନ୍ତ ଚନ୍ଦ୍ରଶେଖର ମହାବିଦ୍ୟାଳୟ ଛାତ୍ରବାସ ପାଇଁ ସେ ଦାନ କରିଥିଲେ। ସେଠାରେ ଏସିଏସ କଲେଜର ଏକ ଛାତ୍ରବାସ ଦୀର୍ଘବର୍ଷ ଚାଲିବା ପରେ ଘରଟି ବିପଦଶଙ୍କୁଳ ହେବାପରେ ଛାତ୍ରାବାସ ବନ୍ଦ ରହିଛି । ବାରମ୍ବାର ପୁରୀ ଏସିଏସ୍ କଲେଜର ପୂର୍ବତନ ଛାତ୍ର,, ସହରର ବୁଦ୍ଧିଜୀବୀ ମାନେ ଏହାର ପୁନରୁଦ୍ଧାର ପାଇଁ ଦାବି କରିଥିଲେ ମଧ୍ୟ ଏହି ପ୍ରାଚୀନ ଐତିହ୍ୟସ୍ଥଳୀର ବିକାଶ ଦିଗରେ ନବୀନ ସରକାର କୌଣସି ଦୃଷ୍ଟି ଦେଇନଥିଲେ ।

କିଭଳି ରାସ୍ତା ସଂପ୍ରସାରଣ ପାଇଁ ତତ୍କାଳୀନ ସରକାର ପାଥେର୍ ପୁରୀ ହଷ୍ଟେଲକୁ ଭାଙ୍ଗି ପାଚେରୀ ନିର୍ମାଣ କରୁଥିଲେ। ସେତେବେଳେ ଏହାକୁ ନେଇ ସହରବାସୀ,, ସାମନ୍ତ ଚନ୍ଦ୍ରଶେଖର ମହାବିଦ୍ୟାଳୟର ପ୍ରାକ୍ତନ ଛାତ୍ର,, ବୁଦ୍ଧିଜୀବୀ ସମସ୍ତେ ଆନ୍ଦୋଳନ କରିବା ସହ ଯୁଦ୍ଧଂଦେହୀ ଡାକରା ଦେଇଥିଲେ। ବାରମ୍ବାର ଆନ୍ଦୋଳନ ପରେ ନଇଁଥିଲେ ତତ୍କାଳୀନ ସରକାର। ପାଥେର୍ ପୁରୀ ହଷ୍ଟେଲର ଜାଗା ହଡପ କରିବା ଅଭିଯୋଗ କରି ତତ୍କାଳୀନ ସରକାରଙ୍କ ବିରୁଦ୍ଧରେ ଜୋରଦାର ଆନ୍ଦୋଳନ ମଧ୍ୟ କରାଯାଇଥିଲା। ବାରମ୍ବାର ଏହି ପ୍ରାଚୀନ ଐତିହାସିକ ହଷ୍ଟେଲର ପୁନରୁଦ୍ଧାର ପାଇଁ ଦାବି ହୋଇଆସୁଥିବା ବେଳେ ଟିକିଏ ବି କର୍ଣ୍ନପାତ କରିନଥିଲେ ନବୀନ ସରକାର। ତେବେ ପାଥେର୍ ପୁରୀ ହଷ୍ଟେଲରେ ସଂଗ୍ରହାଳୟ ନିର୍ମାଣକୁ ନେଇ ସାମନ୍ତ ଚନ୍ଦ୍ରଶେଖର ମହାବିଦ୍ୟାଳୟର ପ୍ରାକ୍ତନ ଛାତ୍ରମାନେ ସ୍ୱାଗତ କରିଛନ୍ତି। ଅନ୍ୟପଟେ ଛାତ୍ରାବାସ ଉଦେଶ୍ୟରେ ରବୀନ୍ଦ୍ର ନାଥ ଟାଗୋର ସାମନ୍ତ ଚନ୍ଦ୍ରଶେଖର ମହାବିଦ୍ୟାଳୟକୁ ଏହାକୁ ଦାନ କରିଥିବାରୁ ପୁର୍ନବାର ପାଥେର୍ ପୁରୀରେ ଏକ ଛାତ୍ରାବାସ ନିର୍ମାଣ ସହ ସଂଗ୍ରାହଳୟ କରାଯାଉ ବୋଲି ମତପ୍ରକାଶ ପାଇଥିବା ବେଳେ ଏସିଏସ୍ କଲଜକୁ ବିଶ୍ୱବିଦ୍ୟାଳୟର ମାନ୍ୟତା ଦିଆଯାଉ ବୋଲି ଦାବି ହୋଇଛି।

 

2016 ପରେ ପାଥେର୍ ପୁରୀ ହଷ୍ଟେଲଟି ବିପଦଶଙ୍କୁଳ ଅବସ୍ଥା ଯୋଗୁଁ ବନ୍ଦ ରହିଥିବାରୁ ବର୍ତ୍ତମାନ ଏହା ଭୂତକୋଠୀ ପାଲଟିବା ସହ ନିଶାଖୋରଙ୍କ ଆଡାସ୍ଥଳୀ ପାଲଟିଛି। ତେଣୁ ସରକାର ତୁରନ୍ତ ଏହାକୁ ପୁନରୁଦ୍ଧାର କରି ନିଷ୍ପତ୍ତି ମୁତାବକ ସଂଗ୍ରାହାଳୟ ନିର୍ମାଣ କଲେ ବିଶ୍ୱକବି ରବୀନ୍ଦ୍ର ନାଥ ଟାଗୋରଙ୍କ ପ୍ରତି  ଉଚିତ୍ ସମ୍ମାନ ମିଳିପାରିବ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି।