ଟେଷ୍ଟ ଦଳରୁ ପୂଜାରା ବାଦ୍
ନୂଆଦିଲ୍ଲୀ : ୱେଷ୍ଟଇଣ୍ଡିଜ୍ ବିପକ୍ଷ ଦୁଇ ମ୍ୟାଚ ବିଶିଷ୍ଟ ଟେଷ୍ଟ ଓ ଦିନିକିଆ ଶୃଙ୍ଖଳା ଲାଗି ବିସିସିଆଇ ସିନିୟର ମନୋନୟନ କମିଟି ପକ୍ଷରୁ ପୃଥକ ପୃଥକ ଦଳ ଘୋଷଣା କରାଯାଇଛି । ଟେଷ୍ଟ ସ୍ପେଶାଲିଷ୍ଟ ଚେତେଶ୍ବର ପୂଜାରା ଟେଷ୍ଟ ଦଳରୁ ବାଦ୍ ପଡିଛନ୍ତି। ନୂଆ ମୁହଁ ଭାବେ ବାମହାତୀ ବ୍ୟାଟ୍ସମ୍ୟାନ ଯଶସ୍ବୀ ଜୟସୱାଲ, ଋତୁରାଜ ଗାଏକ୍ବାର୍ଡ ଓ ଦ୍ରୁତ ବୋଲର ମୁକେଶ କୁମାରଙ୍କୁ ମଧ୍ୟ ପ୍ରଥମ ଥର ପାଇଁ ଟେଷ୍ଟ ଦଳରେ ସୁଯୋଗ ମିଳିଛି । ଅଭିଜ୍ଞ ଦ୍ରୁତ ବୋଲର ମହମ୍ମଦ ସାମିଙ୍କୁ ବିଶ୍ରାମ ଦିଆଯାଇଛି। ରୋହିତ ଶର୍ମା ଟେଷ୍ଟ ଓ ଦିନିକିଆ ଦଳର ଅଧିନାୟକ ରହିଥିବାବେଳେ ଅଷ୍ଟ୍ରେଲିଆ ବିପକ୍ଷ ବିଶ୍ବ ଟେଷ୍ଟ ଚମ୍ପିଆନସିପ୍ ଫାଇନାଲରେ ୮୯ ଓ ୪୬ରନ କରିଥିବା ଅଜିଙ୍କ୍ୟ ରାହାଣେଙ୍କୁ ଉପ ଅଧିନାୟକ ନିଯୁକ୍ତ କରାଯାଇଛି। ଅନ୍ୟପକ୍ଷରେ ଦ୍ରୁତ ବୋଲର ନବଦୀପ୍ ସୈନି ଟେଷ୍ଟ ଦଳକୁ ମଧ୍ୟ ଫେରିଛନ୍ତି। ବରିଷ୍ଠ ବ୍ୟାଟ୍ସମ୍ୟାନ ଚେତେଶ୍ବର ପୂଜାରା ବିଶ୍ବ ଟେଷ୍ଟ ଚମ୍ପିଆନସିପ୍ ଫାଇନାଲରେ ବିଫଳ ହେବା ପରେ ମନୋନୟନକାରୀ ଯୁବ ଖେଳାଳିଙ୍କୁ ପ୍ରାଧାନ୍ୟ ଦେଇଛନ୍ତି। ପୂଜାରାଙ୍କ ସ୍ଥାନରେ ଋତୁରାଜ ଓ ସୂର୍ୟ୍ୟକୁମାରଙ୍କ ସ୍ଥାନରେ ଜୟସୱାଲଙ୍କୁ ଟେଷ୍ଟ ଦଳରେ ସାମିଲ କରାଯାଇଛି। ରାଜସ୍ଥାନ ରୟାଲ୍ସ ପକ୍ଷରୁ ୨୦୨୩ ଆଇପିଏଲରେ ଜୟସୱାଲ ଚମତ୍କାର ପ୍ରଦର୍ଶନ କରିଥିଲେ।
ଭାରତୀୟ ଦିନିକିଆ ଦଳ : ରୋହିତ ଶର୍ମା (ଅଧିନାୟକ), ଶୁବମାନ ଗିଲ୍, ଋତୁରାଜ ଗାଏକ୍ବାର୍ଡ,ବିରାଟ କୋହଲି, ସୂର୍ୟ୍ୟକୁମାର ଯାଦବ, ସଞ୍ଜୁ ସାମସନ ଓ ଇଶାନ କିଷନ(ୱିକେଟରକ୍ଷକ), ହାର୍ଦିକ ପାଣ୍ଡ୍ୟା(ଉପ ଅଧିନାୟକ), ସାର୍ଦୁଳ ଠାକୁର, ରବୀନ୍ଦ୍ର ଜାଡେଜା, ଅକ୍ଷର ପଟେଲ, ଯୁଜୁବେନ୍ଦ୍ର ଚହଲ, କୁଳଦୀପ୍ ଯାଦବ, ଜୟଦେବ ଉନାଦକତ୍, ମହମ୍ମଦ ସିରାଜ, ଉମ୍ରାନ ମଲ୍ଲିକ, ମୁକେଶ କୁମାର।
ଭାରତୀୟ ଟେଷ୍ଟ ଦଳ : ରୋହିତ ଶର୍ମା (ଅଧିନାୟକ), ଶୁବମାନ ଗିଲ୍, ଋତୁରାଜ ଗାଏକ୍ବାର୍ଡ, ବିରାଟ କୋହଲି, ଯଶସ୍ବୀ ଜୟସୱାଲ, ଅଜିଙ୍କ୍ୟ ରାହାଣେ (ଉପ ଅଧିନାୟକ), କେ.ଏସ୍ ଭାରତ (ୱିକେଟରକ୍ଷକ), ଇଶାନ କିଷନ (ୱିକେଟରକ୍ଷକ), ରବିଚନ୍ଦ୍ରନ ଅଶ୍ବିନ, ରବୀନ୍ଦ୍ର ଜାଡେଜା, ସାର୍ଦୁଳ ଠାକୁର, ଅକ୍ଷର ପଟେଲ, ମହମ୍ମଦ ସିରାଜ, ମୁକେଶ କୁମାର, ଜୟଦେବ ଉନାଦକତ୍, ନବଦୀପ୍ ସୈନି।




admin 