ମାର୍ଗଶୀରରେ ଏମିତି କରନ୍ତୁ

ମାର୍ଗଶୀରରେ ଏମିତି କରନ୍ତୁ

ମୃଗଶିରା ନକ୍ଷତ୍ର ସହ ସମ୍ବନ୍ଧ ଥିବାରୁ ଏହାକୁ ମାର୍ଗଶୀର ମାସ ବୋଲି କୁହାଯାଏ । ଶ୍ରୀକୃଷ୍ଣ ମଧ୍ୟ ମାସ ମଧ୍ୟରେ ମୁଁ ମାର୍ଗଶୀର ବୋଲି କହିଛନ୍ତି । ଏହି ମାସରେ ମାତା ପିତା ଓ ଗୁରୁଙ୍କ ସେବା କଲେ ଭଗବାନ କୃଷ୍ଣ ଓ ରାଧାଙ୍କ କୃପା ମିଳିଥାଏ । ମାର୍ଗଶୀରରେ ଯମୁନା ନଦୀରେ ସ୍ନାନ କଲେ ସମସ୍ୟାରୁ ମୁକ୍ତି ମିଳିଥାଏ । ତେଲ ଲଗାଇ ସ୍ନାନ କଲେ ଶରୀର ନୀରୋଗ ରହିଥାଏ । ସେହିପରି ଶଙ୍ଖକୁ ପଂଚଜନ୍ୟ ଭାବି ପୂଜା କଲେ ମନୋବାଞ୍ଛା ପୂରଣ ହୁଏ । ପ୍ରତିଦିନ ଘରେ ଶଙ୍ଖ ପୂଜା କରିବା ଦ୍ୱାରା ଅର୍ଥ ସଂକଟ ଦେଖାଦିଏ ନାହିଁ । ଏହାଛଡ଼ା ଏହି ମାସରେ ବସ୍ତ୍ର, କମ୍ବଳ, ଅନ୍ନଦାନ କଲେ ଶୁଭଫଳ ମିଳିଥାଏ ।