କଞ୍ଚା ପିଆଜ ଖାଇବାର ଫାଇଦା କଣ ଜାଣନ୍ତୁ
କଞ୍ଚା ପିଆଜ ସ୍ୱାସ୍ଥ୍ୟ ପାଇଁ ବେଶ୍ ଲାଭକାରୀ । ଏହାକୁ ଖାଇବା ଦ୍ୱାରା ସାମଗ୍ରୀକ ସ୍ୱାସ୍ଥ୍ୟରେ ଉନ୍ନତି ଆସେ । ଇମ୍ୟୁନିଟି ବୁଷ୍ଟଠୁ ନେଇ ହୃଦୟ ସ୍ୱାସ୍ଥ୍ୟକୁ ସୁସ୍ଥ ରଖିବାରେ ସହାୟକ ହୋଇପାରେ କଞ୍ଚା ପିଆଜ । ଏହା ଶରୀରର ରୋଗ ପ୍ରତିରୋଧକ ଶକ୍ତି ବଢାଇବାରେ ସାହାଯ୍ୟ କରିଥାଏ । ଭିଟାମିନ୍-ସି ଶ୍ୱେତ ରକ୍ତ କଣିକା ସୃଷ୍ଟି କରିବାରେ ମଧ୍ୟ ସାହାଯ୍ୟ କରେ, ଯାହା ଶରୀରକୁ ଜୀବାଣୁଠାରୁ ରକ୍ଷା କରିଥାଏ । ଥଣ୍ଡା ଏବଂ ଫ୍ଲୁ ପରି ସାଧାରଣ ରୋଗକୁ ରୋକିବାରେ କଞ୍ଚା ପିଆଜ ବେଶ୍ ଲାଭଦାୟକ ଯାହା ହୃଦ୍ୟକୁ ମଧ୍ୟ ସୁସ୍ଥ ରଖେ । ପିଆଜରେ କ୍ୱେରେସିଟିନ୍ ପରି ଆଣ୍ଟିଅକ୍ସିଡାଣ୍ଟ ଗୁଣ ଭରପୂର ଥାଏ, ଯାହା ଶରୀରରେ ଖରାପ କୋଲେଷ୍ଟ୍ରଲ ସ୍ତର ହ୍ରାସ କରିବାରେ ସାହାଯ୍ୟ କରିଥାଏ । କୋଲେଷ୍ଟ୍ରଲ୍ ସ୍ତର ନିୟନ୍ତ୍ରଣରେ ରହିଲେ ହୃଦୟ ସ୍ୱାସ୍ଥ୍ୟ ସ୍ୱାଭାବିକ ହୋଇଥାଏ । ଏହାକୁ ଖାଇବା ଦ୍ୱାରା ରକ୍ତ ସଞ୍ଚାଳନ ବୃଦ୍ଧି ପାଏ , ଉଚ୍ଚ଼ ରକ୍ତଚାପ ହ୍ରାସ ହେବା ସହ ହୃଦରୋଗ ଆଶଙ୍କା କମ୍ ହୋଇଥାଏ । ଏହା କୋଲେଷ୍ଟ୍ରଲକୁ ମଧ୍ୟ ନିୟନ୍ତ୍ରଣ କରିଥାଏ ।




admin 