ଆପଣଙ୍କ ମୋବାଇଲରୁ ଡାଟା ଜଲଦି ସରି ଯାଉଛି କି?

ଆପଣଙ୍କ ମୋବାଇଲରୁ ଡାଟା ଜଲଦି ସରି ଯାଉଛି କି?

 ନିକଟରେ ଜିଓ, ଏୟାରଟେଲ ଏବଂ ଭି.ଆଇ ଭଳି ଟେଲିକମ କମ୍ପାନୀ ସେମାନଙ୍କ ରିଚାର୍ଜ ପ୍ଲାନର ମୂଲ୍ୟ ବୃଦ୍ଧି କରିଛନ୍ତି। ଏହି ପରିବର୍ତ୍ତନ ପରେ ୟୁଜର୍ସଙ୍କୁ ଏବେ ଦୈନିକ ଡାଟା ପ୍ଲାନ ପାଇଁ ଅଧିକ ଖର୍ଚ୍ଚ କରିବାକୁ ପଡିବ। ଏହି କାରଣରୁ ଅନେକ ୟୁଜର୍ସ ନିଜର ଡାଟା ବ୍ୟବହାର ଉପରେ ଅଧିକ ଧ୍ୟାନ ଦେବା ଆରମ୍ଭ କରିଛନ୍ତି ଯାହାଦ୍ୱାରା ତାଙ୍କ ଡାଟା ଶୀଘ୍ର ଶେଷ ନ ହୁଏ।

ଏଠାରେ ଆମେ ଆପଣଙ୍କୁ କିଛି ଗୁରୁତ୍ୱପୂର୍ଣ୍ଣ ଜିନିଷ ବିଷୟରେ କହିବାକୁ ଯାଉଛୁ, ଯାହାର ଯତ୍ନ ନେଇ ଆପଣ ଆପଣଙ୍କ ମୋବାଇଲ ଡାଟା ସେଭ୍ କରିପାରିବେ।

ଅଫ୍ ଲାଇନ୍ ମୋଡ୍ ବ୍ୟବହାର କରନ୍ତୁ : 

ଆପଣ ଇଣ୍ଟରନେଟ୍ ବ୍ୟବହାର କରୁନଥିବା ବେଳେ ଅଫ୍ ଲାଇନ୍ ମୋଡ୍ ବ୍ୟବହାର କରନ୍ତୁ। ଏହା ଦ୍ୱାରା ଆପଣ ଡାଟା ସେଭ୍ କରିପାରିବେ। ଆପଣ ଗୁଗୁଲ୍ ମ୍ୟାପ୍ ପରି କିଛି ଆପ୍ରେ ଅଫ୍ ଲାଇନ୍ ମୋଡ୍ ବ୍ୟବହାର କରି ମ୍ୟାପ୍ କିମ୍ବା ବିଷୟବସ୍ତୁ ଡାଉନଲୋଡ୍ କରିପାରିବେ, ଯାହାଦ୍ୱାରା ଆପଣ ଏହାକୁ ବିନା ଇଣ୍ଟରନେଟ୍ ରେ ବ୍ୟବହାର କରିପାରିବେ।

-ଡାଟା ବ୍ୟବହାର ଉପରେ ନଜର ରଖନ୍ତୁ

ପ୍ରଥମେ ଜାଣିବା ଜରୁରୀ ଯେ କେଉଁ ଆପ୍ ଆପଣଙ୍କ ଫୋନରେ ସବୁଠାରୁ ଅଧିକ ଡାଟା ବ୍ୟବହାର କରୁଛି। ଆପଣ ଆପଣଙ୍କ ଫୋନର ସେଟିଂକୁ ଯାଇ ଦେଖିପାରିବେ କି ଆପଣଙ୍କ ଡାଟାକେତେ ବ୍ୟବହାର ହୋଇଛି। ଏହା ଦ୍ୱାରା କେଉଁ ଆପ୍ ଅଧିକ ଡାଟା ବ୍ୟବହାର କରୁଛନ୍ତି ତାହା ଜାଣିପାରିବେ।

-ବ୍ୟାକଗ୍ରାଉଣ୍ଡରେ ଡାଟା ବ୍ୟବହାର ବନ୍ଦ କରନ୍ତୁ

ଯଦି ଆପଣ ଅଧିକ ଆପ୍ ବ୍ୟବହାର କରୁଛନ୍ତି, ତେବେ ବ୍ୟାକଗ୍ରାଉଣ୍ଡରେ ଡାଟା ବ୍ୟବହାର ହେଉଛି କି ନାହିଁ ପ୍ରଥମେ ଯାଞ୍ଚ କରିନିଅନ୍ତୁ। ଏହା ଡାଟା ବ୍ୟବହାର ବୃଦ୍ଧି କରିପାରେ। ଆପଣ ଡାଟା ସେଭର ମୋଡ୍ ବ୍ୟବହାର କରି କିମ୍ବା ଆପ୍ଲିକେସନ୍ ଗୁଡିକ ପାଇଁ ବ୍ୟାକଗ୍ରାଉଣ୍ଡ ଡାଟା ବ୍ୟବହାର ବନ୍ଦ କରି ଏହାକୁ ରୋକି ପାରିବେ। ଏହା ଦ୍ୱାରା ଆପଣଙ୍କ ଡାଟା ବ୍ୟବହାର ହ୍ରାସ ପାଇବ ଏବଂ ଆପଣ ଅଧିକ ସମୟ ପର୍ଯ୍ୟନ୍ତ ଡାଟାର ଲାଭ ଉଠାଇପାରିବେ।

-Wi-Fi ବ୍ୟବହାର କରନ୍ତୁ

ଯେତେବେଳେ ବି ସମ୍ଭବ Wi-Fi ବ୍ୟବହାର କରନ୍ତୁ। Wi-Fi ବ୍ୟବହାର କରିବା ଦ୍ୱାରା ଆପଣଙ୍କ ମୋବାଇଲ୍ ଡାଟାର ବ୍ୟବହାର ହ୍ରାସ ପାଇଥାଏ ଏବଂ ଆପଣ ଆପଣଙ୍କ ମୋବାଇଲ୍ ଡାଟାକୁ ଦୀର୍ଘ ସମୟ ପର୍ଯ୍ୟନ୍ତ ବ୍ୟବହାର କରିପାରିବେ।