ମାଆ ବାଟ ମଙ୍ଗଳାଙ୍କୁ ନେଇ କିମ୍ବଦନ୍ତୀ

ମାଆ ବାଟ ମଙ୍ଗଳାଙ୍କୁ ନେଇ କିମ୍ବଦନ୍ତୀ

ମା ବାଟ ମଙ୍ଗଳାଙ୍କୁ ନେଇ ରହିଛି ଅନେକ କିମ୍ବଦନ୍ତୀ । ଯାହାକୁ ଜାଣିଲେ ଆପଣ ବି ଚକିତ ହୋଇଯିବେ । ଆସନ୍ତୁ ଜାଣିବା .....

ଏକଦା ରାଜା ଇନ୍ଦ୍ରଦ୍ୟୁମ୍ନ ଓ ରାଣୀ ଗୁଣ୍ଡିଚା ଶ୍ରୀକ୍ଷେତ୍ର ଆସିବାବେଳେ ବ୍ରହ୍ମସ୍ଥଳୀ ଖୋଜୁଥିଲେ । ଏକାଦଶବ୍ରତ ପାଇଁ ବ୍ରହ୍ମସ୍ଥଳୀର ସନ୍ଧାନ ନପାଇବାରୁ ରାଜାରାଣୀ ଭାର୍ଗବୀ ନଦୀରେ ଆତ୍ମହତ୍ୟା କରିବା ପାଇଁ ଚିନ୍ତା କରୁଥିଲେ । ସେହିଠାରେ ଶିବ ପାର୍ବତୀ କପୋତ କପୋତୀ ବେଶରେ ଥିଲେ । ମା’ ପାର୍ବତୀ ଜଣେ ମହିଳା ବେଶରେ ଦୀପ ଧରି ବ୍ରହ୍ମସ୍ଥଳୀକୁ ବାଟ କଢ଼ାଇନେଲେ । ନୀଳଗିରି ପାହାଡ଼ରେ ରାଜାରାଣୀ ବ୍ରହ୍ମସ୍ଥଳୀ ଦର୍ଶନ କଲେ । ଭାର୍ଗବୀ ନଦୀ ଭିତରେ ଶିବ ଜଳ ଭିତରେ ତପସ୍ୟା କରୁଥିବାବେଳେ ବିଷ୍ଣୁଙ୍କ ଡାକରେ ପାଣି ଭିତରୁ ଉଠିଲେ । ହରିହରଙ୍କ ମିଳନ ପରେ ଶିବ ସେଠାରେ କପୋତ ରୂପରେ ପାଣିରେ ବୁଡ଼ି ରହିଲେ । ସେହିଦିନୁ ସେଠାରେ କପୋତେଶ୍ୱର ରହି ପୂଜା ପାଇଲେ । ମା’ କପୋତବେଶୀ ପାର୍ବତୀ ଯେଉଁଠାରୁ ବାଟ କଢ଼ାଇ ନେଇଥିଲେ ସେଠାକୁ ଫେରିଆସି ବାଟମଙ୍ଗଳା ରୂପରେ ପୂଜା ପାଇ ଆସୁଛନ୍ତି । ସେଠାରୁ ଶ୍ରୀକ୍ଷେତ୍ରର ସୀମା ଆରମ୍ଭ ଓ ଲୋକନାଥ କ୍ଷେତ୍ରରେ ଶେଷ ।