ପୁତୁରା, ବୋହୂ ଏବଂ ଦୁଇ ପିଲାଙ୍କୁ ନିର୍ମମ ହତ୍ୟା କଲା ଦାଦା
ବରଗଡ଼ : ବରଗଡ଼ ଜିଲ୍ଲା ଭଟଲି ଥାନା ଅନ୍ତର୍ଗତ ଝିକଝିକି ଗାଁରେ ଘଟିଛି ଅଭାବନୀୟ ଘଟଣା। ଜମିବାଡି ବିବାଦକୁ କେନ୍ଦ୍ର କରି ଗୋଟିଏ ପରିବାରର ୪ଜଣଙ୍କୁ ହତ୍ୟା କରାଯାଇଛି । ଘର ଭିତରୁ ମିଳିଛି ୪ଜଣଙ୍କର ମୃତଦେହ । ଘଟଣାସ୍ଥଳରେ ଭଟଲି ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଖବର ଅନୁଯାୟୀ, ଗୋଟିଏ ପରିବାରର ୪ଜଣଙ୍କୁ ଅତି ନିର୍ମମ ଭାବେ ହତ୍ୟା କରାଯାଇଛି ।
ହତ୍ୟାକାରୀ ଦାଦା ସମସ୍ତ ୪ଜଣଙ୍କୁ ହତ୍ୟା କରିଥିବା ଜଣାପଡିଛି । ପୁତୁରା, ବୋହୂ ଏବଂ ଦୁଇ ପିଲାଙ୍କୁ ବି ଛାଡିଲାଣି ଅଭିଯୁକ୍ତ । ଘର ଭିତରେ ୪ଜଣଙ୍କ ମୃତଦେହ ରକ୍ତାକ୍ତ ଅବସ୍ଥାରେ ପଡିରହିଥିଲା । ସେପଟେ ଯାହାର ସୂଚନା ପାଇ ଭଟଲି ଥାନା ପୋଲିସ ଘଟଣାସ୍ଥଳରେ ଛାନ୍ଭିନ୍ ଆରମ୍ଭ କରିଛି । ଆବଶକ୍ୟ ପଡିଲେ ସାଇଣ୍ଟିଫିକ୍ ଟିମ୍ର ମଧ୍ୟ ସହଯୋଗ ନେଇପାରେ ପୋଲିସ । ଅଭିଯୁକ୍ତ ଦାଦା ସଂକୀର୍ତ୍ତନ ବାଗ୍ ଘଟଣା ପରଠାରୁ ଫେରାର ଥିବା ଜଣାପଡିଛି । ପୋଲିସ ବିଭିନ୍ନ ଟିମ୍ ଗଠନ କରି ଅନେକ ସ୍ଥାନରେ ଚଢାଉ କରୁଛି । ଅଭିଯୁକ୍ତ ଗିରଫ ପରେ ହତ୍ୟାର ସଠିକ୍ ଜଣାପଡିବ ବୋଲି ପୋଲିସ ଆଶା ରଖିଛି ।




admin 