କେଉଁଠି ରଖିବେ ଲକି ବାମ୍ବୋ?
ଲକି ବାମ୍ବୋ ଭାଗ୍ୟଶାଳୀ ବା ଶୁଭଫଳ ପ୍ରଦାନକାରୀ ଗଛ ଭାବେ ବେଶ୍ ପରିଚିତ । ଏହାକୁ ଘରେ ରଖିଲେ ବୈଭବ ପ୍ରାପ୍ତି ହୋଇଥାଏ ବୋଲି ବିଶ୍ୱାସ ରହିଛି । ଏହି ଗଛକୁ କେଉଁ ସ୍ଥାନରେ ରଖିଲେ କି ଫଳ ମିଳିଥାଏ କିଛି ଜାଣନ୍ତି କି? ଲକି ବାମ୍ବୋକୁ ଘରର ଯେକୌଣସି ସ୍ଥାନରେ ରଖାଯାଇପାରେ । ପତ୍ନୀପତିଙ୍କ ବେଡ୍ରୁମ୍ରେ ଏହାକୁ ରଖିଲେ ଉଭୟଙ୍କ ମଧ୍ୟରେ ଭଲପାଇବା ବୃଦ୍ଧିପାଏ । କ୍ୟାରିୟର୍ରେ ସଫଳ ହେବାକୁ ଚାହୁଁଥିଲେ ଷ୍ଟଡିରୁମ୍ରେ ବି ଏହାକୁ ରଖିପାରିବେ । ପରିବେଶକୁ ସଫାସୁତୁରା ରଖିବାରେ ବି ଏହା ବେଶ୍ ସହାୟକ । ଏହାକୁ କୁହାଯାଏ ନାଚୁରାଲ୍ ଏୟାର୍ ପ୍ୟୁରିଫାୟର୍ । ଏହାକୁ ଘରର ଡ୍ରଇଂ ରୁମ୍, ଡାଇନିଂ ରୁମ୍ ଯେଉଁଠି ଚାହିଁବେ ରଖି ପାରିବେ । ଏହାକୁ ଘରର ପୂର୍ବ ଦିଗରେ ରଖିଲେ ସକାରାତ୍ମକ ଉର୍ଜା ଉତ୍ପନ୍ନ ହୁଏ ଓ ଦକ୍ଷିଣ-ପୂର୍ବ ଦିଗରେ ରଖିଲେ ଧନପ୍ରାପ୍ତି ହୋଇଥାଏ ।




admin 