କୋଣାର୍କ ମନ୍ଦିରର ସୁରକ୍ଷା କାର୍ୟ୍ୟ ଚାଲିଛି: ମିନାକ୍ଷୀ ଲେଖି

କୋଣାର୍କ ମନ୍ଦିରର ସୁରକ୍ଷା କାର୍ୟ୍ୟ ଚାଲିଛି: ମିନାକ୍ଷୀ ଲେଖି

କୋଣାର୍କ: କୋଣାର୍କ ମନ୍ଦିର ପରିଦର୍ଶନ କରିଛନ୍ତି କେନ୍ଦ୍ର ବୈଦେଶିକ ବ୍ୟାପାର ଓ ସଂସ୍କୃତି ରାଷ୍ଟ୍ର ମନ୍ତ୍ରୀ ମିନାକ୍ଷୀ ଲେଖି। ସେ କୋଣାର୍କ ପରିଦର୍ଶନ କରିବା ପରେ ତାଙ୍କର ପ୍ରତିକ୍ରିୟା ରଖିଛନ୍ତି। କୋଣାର୍କ ଐତିହ୍ୟର ସୁରକ୍ଷା ନେଇ କାର୍ୟ୍ୟ ଜାରି ରହିଛି।  ବିଭିନ୍ନ ଆଇଆଇଟିର ବୈଷୟିକ ସହଯୋଗ ନିଆଯାଇଛି। କୋଣାର୍କରେ ବ୍ୟବହୃତ ପଥର ଟିକେ ଭିନ୍ନ ଏବଂ ସମୁଦ୍ର ନିକଟରେ ରହିଛି। ଲୁଣିଆ ସମୁଦ୍ର ପବନ ପାଇଁ କୋଣାର୍କ ପଥର ଅଵକ୍ଷୟ ହେଉଛି। ଏହାକୁ ସଂରକ୍ଷଣ ପାଇଁ କେମିକାଲ ଟ୍ରିଟମେଣ୍ଟ କରାଯାଉଛି। ଏହା ଭିତରେ ଭର୍ତ୍ତି ହୋଇଥିବା ବାଲିକୁ ନିଷ୍କାସନ କରିବାକୁ କାମ ଆରମ୍ଭ ହୋଇଛି ବୋଲି ସେ କହିଛନ୍ତି। କିଛି କିଛି ଅଂଶରୁ ପ୍ରଥମେ ବାଲି ବାହାର କରିବା ପରେ କେତେ ମାତ୍ରାରେ ଐତିହ ସୁରକ୍ଷିତ ରହିପାରୁଛି ତାହା ଅନୁଧ୍ୟାନ କରାଯିବ। କୀର୍ତ୍ତିରାଜିର ସୁରକ୍ଷା ପାଇଁ ସମସ୍ତ ପଦକ୍ଷେପ ଗ୍ରହଣ କରାଯାଉଛି ବୋଲି ମଧ୍ୟ ସେ ମତ ରଖିଛନ୍ତି।

ଜି୨୦ର ବୈଠକରେ ଯୋଗଦେବା ଅବସରରେ ଗତକାଲି କୋଣାର୍କ ସୂର୍ୟ୍ୟ ମନ୍ଦିର ବୁଲି ପରିଦର୍ଶନ କରିଥିଲେ କେନ୍ଦ୍ରମନ୍ତ୍ରୀ ଏବଂ ଜି୨୦ର ଅତିଥି ଗଣ। ଏହା ପରେ ଆଜି ଭୁବନେଶ୍ୱର ସ୍ଥିତ ଧଉଳିଗିରି ଏବଂ ଖଣ୍ଡଗିରି ସ୍ଥିତ ଗାନ୍ଧୀ ସ୍ମୃତି ସ୍ଥଳ ବୁଲି ଦେଖିଥିଲେ ପ୍ରତିନିଧି ଦଳ।