କିସ୍ତାନ ବୈଦେଶିକ ମନ୍ତ୍ରୀଙ୍କୁ ପାଛୋଟି ନେଲେ ଭାରତର ବୈଦେଶିକ ମନ୍ତ୍ରୀ ଏସ୍‌. ଜୟଶଙ୍କର

କିସ୍ତାନ ବୈଦେଶିକ ମନ୍ତ୍ରୀଙ୍କୁ ପାଛୋଟି ନେଲେ ଭାରତର ବୈଦେଶିକ ମନ୍ତ୍ରୀ ଏସ୍‌. ଜୟଶଙ୍କର

ନୂଆଦିଲ୍ଲୀ : ଭାରତରେ ପାକିସ୍ତାନ ବୈଦେଶିକ ମନ୍ତ୍ରୀ ବିଲୱାଲା ଭୁଟ୍ଟୋ । ପାକିସ୍ତାନର ବୈଦେଶିକ ମନ୍ତ୍ରୀ ବିଲାୱାଲ୍‌ ଭୁଟ୍ଟୋ-ଜର୍ଦ୍ଦାରିଙ୍କୁ ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍‌. ଜୟଶଙ୍କର ‘ସଙ୍ଘାଇ କୋଅପରେସନ୍‌ ଅର୍ଗାନାଇଜେସନ୍‌’ (ଏସ୍‌ସିଓ) ‘କନକ୍ଲେଭକୁ ପାଛୋଟି ନେଇଛନ୍ତି । ସମ୍ମିଳନୀସ୍ଥଳରୁ ଆସିଥିବା ଭିଡିଓରେ ଦେଖାଯାଉଛି ଦୁଇ ଦେଶର ବୈଦେଶିକ ମନ୍ତ୍ରୀ ଯୋଡହସ୍ତରେ ପରସ୍ପରକୁ ଅଭିବାଦନ ଜଣାଇବା ପରେ ଫଟୋ ପାଇଁ ‘ପୋଜ୍‌’ ଦେଇଥିଲେ । ଏହା ପରେ ଜୟଶଙ୍କର ତାଙ୍କୁ ସମ୍ମଳନୀ ସ୍ଥଳ ଭିତରକୁ ପାଛୋଟି ନେଇଥିଲେ । ବିଲୱାଲ୍‌ ଭୁଟ୍ଟୋ-ଜର୍‌ଦାରି ହେଉଛନ୍ତି ପ୍ରାୟ ୧୨ ବର୍ଷ ପରେ ପଡୋଶୀ ଦେଶ ପାକିସ୍ତାନରୁ ଆସିଥିବା ଜଣେ ବରିଷ୍ଠ ନେତା । କିନ୍ତୁ, ଭାରତ ଓ ପାକିସ୍ତାନର ବୈଦେଶିକ ମନ୍ତ୍ରୀଙ୍କ ମଧ୍ୟରେ ଏପର୍ଯ୍ୟନ୍ତ କୌଣସି ଦ୍ୱିପାକ୍ଷିକ ଆଲୋଚନା ହୋଇନାହିଁ ।


ଆଜି ଗୋଆ ବିମାନ ବନ୍ଦରରେ ପାକିସ୍ତାନର ବୈଦେଶିକ ମନ୍ତ୍ରୀଙ୍କୁ ବୈଦେଶିକ ବ୍ୟାପାର ମନ୍ତ୍ରାଳୟର ଯୁଗ୍ମ ସଚିବ ଜେ. ପି. ସିଂହ ସ୍ୱାଗତ କରିଥିଲେ । ସେ ବୈଦେଶିକ ବ୍ୟାପାର ମନ୍ତ୍ରାଳୟରେ ‘ପାକିସ୍ତାନ-ଆଫଗାନିସ୍ତାନ-ଇରାନ୍‌’ ଡିଭିଜନ୍‌ର ଦାୟିତ୍ୱରେ ଅଛନ୍ତି । ଜମ୍ମୁ ଓ କଶ୍ମୀରରେ ଇସ୍‌ଲାମାବାଦର ସୀମାପାରି ଆତଙ୍କବାଦ ଉପଯୋଗ ସମେତ ଦୁଇ ଦେଶ ମଧ୍ୟରେ ଗୁଡାଏ ସମସ୍ୟା ଥିବା ସମୟରେ ଭୁଟ୍‌ଟୋ ‘ଏସ୍‌ସିଓ’ କାଉନ୍‌ସିଲ୍‌ ଅଫ୍‌ ଫରେନ୍‌ ମିନିଷ୍ଟର୍ସ’ ସମ୍ମିଳନୀରେ ଯୋଗ ଦେବା ପାଇଁ ଭାରତ ଗସ୍ତରେ ଆସିଛନ୍ତି ।