ଆଇପିଏଲ୍;ମୁହାଁମୁହିଁ ହେବେ ସୁପର କିଙ୍ଗ୍ସ ଓ ସୁପର ଜାଏଣ୍ଟ୍ସ
ଚେନ୍ନାଇ,: ସୋମବାର ସଂଧ୍ୟାରେ ଖେଳାଯିବ ଆଇପିଏଲ୍ର ଷଷ୍ଠ ଲିଗ୍ ମ୍ୟାଚ୍ । ଚେନ୍ନାଇ ସୁପରକିଙ୍ଗ୍ସ ଓ ଲକ୍ଷ୍ନୌ ସୁପର ଜାଏଣ୍ଟ୍ସ ମଧ୍ୟରେ ହେବ ଲଢେଇ । ମହେନ୍ଦ୍ର ସିଂହ ଧୋନିଙ୍କ ନେତୃତ୍ୱରେ ସିଏସକେ ଘରୋଇ ଗ୍ରାଉଣ୍ଡ ଏମ୍ଏ ଚିଦାମ୍ବରମ ଷ୍ଟାଡିୟମରେ ସିଜନର ପ୍ରଥମ ମ୍ୟାଚ୍ ଖେଳିବ । ୪ବର୍ଷ ପରେ ଘରୋଇ ସମର୍ଥକଙ୍କ ଗହଣରେ ଦଳ ବିଜୟଧାରାକୁ ଫେରିବା ନେଇ ପ୍ରୟାସ କରିବ ଦଳ । ଅନ୍ୟପଟେ ସୁପର ଜାଏଣ୍ଟ୍ସ କ୍ରମାନ୍ୱୟରେ ଦ୍ୱିତୀୟ ବିଜୟ ସହ ଶୀର୍ଷ ସ୍ଥାନ ଦଖଲ ଜୋରଦାର ପ୍ରସ୍ତୁତି କରିଛି ।
ଚେନ୍ନାଇ ସୁପର କିଙ୍ଗସ୍ ଚଳିତ ସିଜିନର ପ୍ରଥମ ମ୍ୟାଚ୍ରେ ଡିଫେଣ୍ଡିଂ ଚାମ୍ପିଅନ୍ ଗୁଜରାଟ ଟାଇଟନ୍ସ ନିକଟରୁ ୫ ୱିକେଟରେ ପରାସ୍ତ ହୋଇଥିଲା । ମଧ୍ୟକ୍ରମ ବ୍ୟାଟର ଏବଂ ବୋଲରଙ୍କ ବିଫଳତା ଦଳ ପରାଜୟର ମୁଖ୍ୟ କାରଣ ସାଜିଥିଲା । ସେପଟେ ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷରେ ସୁପର ଜାଏଣ୍ଟ୍ସ ବୃହତ ବିଜୟ କରି ସିଜନ ଆରମ୍ଭ କରିଥିଲା । ସୋମବାର ଦଳ ପୂର୍ବ ପ୍ରଦର୍ଶନ ଦୋହରାଇବାକୁ ପ୍ରୟାସ କରିବ ।