ଝାମ୍ପିନେଲେ ୧୭ ଲକ୍ଷରୁ ଅଧିକ ଟଙ୍କା

ଝାମ୍ପିନେଲେ ୧୭ ଲକ୍ଷରୁ ଅଧିକ ଟଙ୍କା

ଫୁଲବାଣୀ :  ଫୁଲବାଣୀର ଅଜୟ ପାତ୍ର ନାମକ ଜଣେ ବ୍ୟବସାୟୀଙ୍କଠାରୁ ଲୁଟେରା ଲୁଟି ନେଇଛନ୍ତି ୧୭ ଲକ୍ଷ ୫୦ ହଜାର ଟଙ୍କା । ବ୍ୟବସାୟୀ ଜଣଙ୍କ ଆକ୍ସିସ୍ ବ୍ୟାଙ୍କ୍‌ରେ ଟଙ୍କା ଡିପୋଜିଟ କରିବାକୁ ଯାଉଥିଲେ । ତିଦିନିନ ବ୍ୟାଙ୍କ ଛୁଟି ଥିବାରୁ ସୋମବାର ବ୍ୟାଙ୍କ ଖୋଲି ଥିଲା । ଏଥିପାଇଁ ଅଜୟ ଟଙ୍କା ଜିପୋଜିଟ୍ କରିବାକୁ ଯାଉଥିଲେ ।
ଠିକ୍ ଏତିକି ବେଳେ ଲୁଟେରାମାନେ କଳା ପଲ୍ସସର୍‌ରେ ଆସି ଆଖି ପିଛୁଳାକେ ଲୁଟି ନେଇଥିଲେ ଟଙ୍କା । ଏନେଇ ଥାନାରେ ଅଭିଯୋଗ କରିବା ପରେ ଆରମ୍ଭ ହୋଇଛି ତଦନ୍ତ । ତେବେ ସିସିଟିଭି ଫୁଟେଜ୍ ଆଧାରରେ ପୋଲିସ ଲୁଟେରାଙ୍କୁ ଦରିବାକୁ ଉଦ୍ୟମ ଜାରି ରଖିଛି ।ହେଲେ ତେବେ ଏଯାଏଁ ଦୁର୍ବୃତ୍ତଙ୍କ କୌଣସି ଟେର ପାଇନି ପୋଲିସ । ଏମିତି ଘଟଣା ପ୍ରଥମ ନୁହେଁ ପୂର୍ବରୁ ମଧ୍ୟ ଅନେକ ବାର ଏଭଳି ଘଟଣା ଘଟିଛି । ତଥାପି ପୋଲିସ୍ ଲୁଟେରାଙ୍କ ଧରିବାରେ ସକ୍ଷମ ହୋଇନି ।