ବିଜେଡି ମୁହଁରେ ଆନ୍ଧ୍ର ଭାଷା ଶୁଣିବାକୁ ମିଳୁଛି :ସୂର୍ୟ୍ୟବଂଶୀ ସୂରଜ

ବିଜେଡି ମୁହଁରେ ଆନ୍ଧ୍ର ଭାଷା ଶୁଣିବାକୁ ମିଳୁଛି :ସୂର୍ୟ୍ୟବଂଶୀ ସୂରଜ

ଭୁବନେଶ୍ୱର: କୋଟିଆ ପ୍ରସଙ୍ଗକୁ ନେଇ ତେଜୁଛି ରାଜନୀତି । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ କୋଟିଆ ଗସ୍ତ ପରେ ବିଜେପିକୁ ଉଭୟ ବିଜେଡି ଓ କଂଗ୍ରେସ ଟାର୍ଗେଟ କରି ଆସୁଛନ୍ତି । ଯାହାର କାଉଣ୍ଟର ଜବାବ ରଖିଛି ବିଜେପି । ବିଜେପିର ବିଧାୟକ ମାନେ ସିରିଜ ସାମ୍ବାଦିକ ସମ୍ମିଳନୀ କରି ବିଜେଡି ଉପରେ ବର୍ଷିଛନ୍ତି ।ବିଜେପିର ଯୁବ ବିଧାୟକ ସୂର୍ୟ୍ୟବଂଶୀ ସୂରଜ କହିଛନ୍ତି, ବିଜେଡ଼ି ସ୍ୱାଗତ କରିବା ପରିବର୍ତ୍ତେ ବିରୋଧ କରିବା ରାଜନୈତିକ ଅସହିଷ୍ଣୁତା । ୨୦୧୮ରେ କେନ୍ଦ୍ରମନ୍ତ୍ରୀ କୋଟିଆ ଗସ୍ତ କରି ଅରୁଣ ଜେଟଲୀଙ୍କୁ ଚିଠି ଲେଖିଥିଲେ । ଓଡିଶାର ମୁଖ୍ୟମନ୍ତ୍ରୀ ଏବଂ ଆନ୍ଧ୍ରର ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଥିଲେ କେନ୍ଦ୍ରମନ୍ତ୍ରୀ । ବାରମ୍ବାର ଚିଠି ଲେଖି ଆପୋଷ ଆଲୋଚନା ମାଧ୍ୟମରେ ସମାଧାନ ପାଇଁ ଉଦ୍ୟମ କରିଥିଲେ ମଧ୍ୟ ରାଜ୍ୟ ସରକାର ସର୍ବଦଳୀୟ ବୈଠକ ଡାକି ନାହାନ୍ତି । କେବଳ କୋଟିଆ ଗ୍ରାମପୁଞ୍ଜ ନୁହେଁ, ଗଞ୍ଜାମ, ଝାରସୁଗୁଡା ଓ ମୟୁରଭଞ୍ଜ ଭଳି ଅନେକ ଜିଲ୍ଲାରେ ପଡୋଶୀ ରାଜ୍ୟ ପ୍ରବେଶ କରୁଛି । ଯେଉଁଠି ଓଡିଶା ସରକାରଙ୍କ ବୋର୍ଡ ଲାଗିଛି । ଠିକ୍ ପାଖରେ ଆନ୍ଧ୍ର ସରକାରଙ୍କ ବୋର୍ଡ ଲାଗିଛି, । ଏହା ଦେଶରେ ବିରଳ । ବିଜେଡ଼ି ଧର୍ମେନ୍ଦ୍ର ପ୍ରଧାନଙ୍କ ଆନ୍ଧ୍ର ଗୋ ବ୍ୟାକକୁ ବିରୋଧ କରିବା ଯାହା ଆନ୍ଧ୍ର ସପକ୍ଷରେ କହିବା ତାହା । ବିଜେଡି ମୁହଁରେ ଆନ୍ଧ୍ର ଭାଷା ଶୁଣିବାକୁ ମିଳୁଛି ବୋଲି କହିଛନ୍ତି ସୂର୍ୟ୍ୟବଂଶୀ ସୂରଜ ।

 ବିଜେପି ବିଧାୟକ ଲଲିତେନ୍ଦୁ ବିଦ୍ୟାଧର ମହାପାତ୍ର କହିଛନ୍ତି କୋଟିଆ ପ୍ରସଙ୍ଗରେ ବିଜେଡ଼ି ନେତା ମାନେ କେନ୍ଦ୍ରମନ୍ତ୍ରୀଙ୍କ ଗସ୍ତ ଉପରେ ଦେଇଥିବା ମନ୍ତବ୍ୟ ଦୁର୍ଭାଗ୍ୟଜନକ । ଅସହିଷ୍ଣୁ ହୋଇ ବିଜେଡ଼ି ନେତା ମାନେ ମତ ରଖିବା ଦୁଃଖଦାୟକ ଏବଂ ଦୁର୍ଭାଗ୍ୟଜନକ । ସ୍କୁଲର ପିଲାଙ୍କ ସହ ବନ୍ଦେ ଉତ୍କଳ ଜନନୀ ଗାନ କରିବା, ବରପୁତ୍ରଙ୍କ ସ୍ମୃତି ଚାରଣ କରିବା ଯଦି ଅପରାଧ । ତେବେ ଆମେ କହିବୁ କେନ୍ଦ୍ର ମନ୍ତ୍ରୀ ବାରମ୍ବାର ଏହି ଅପରାଧ କରନ୍ତୁ ।