ଯାତ୍ରୀ ମରିଯିବାରୁ ‘ଇଣ୍ଡିଗୋ’ ଫ୍ଲାଇଟ୍ କରାଚୀ ବିମାନ ବନ୍ଦରରେ ଅବତରଣ

ଯାତ୍ରୀ ମରିଯିବାରୁ ‘ଇଣ୍ଡିଗୋ’ ଫ୍ଲାଇଟ୍ କରାଚୀ ବିମାନ ବନ୍ଦରରେ ଅବତରଣ

ନୂଆଦିଲ୍ଲୀ: ଜଣେ ଯାତ୍ରୀ ମରିଯିବାରୁ ଭାରତରୁ ଦୁବାଇ ଅଭିମୁଖେ ଯାଉଥିବା ଗୋଟାଏ ‘ଇଣ୍ଡିଗୋ’ ବିମାନ ଆଜି ପାକିସ୍ତାନର କରାଚୀସ୍ଥିତ ‘ଜିନ୍ନା ଆନ୍ତର୍ଜାତିକ ବିମାନ ବନ୍ଦର’ରେ ଜରୁରୀ ଅବତରଣ କରିଥିବା କଥା ଆଞ୍ଚଳିକ ପାକିସ୍ତାନୀ ନିଉଜ୍‌ ଚାନେଲ୍‌ ‘ଏଆର୍‌ୱାଇ’ ନିଉଜ୍‌ ରିପୋର୍ଟ କରିଛି।

ରିପୋର୍ଟ ଅନୁସାରେ, ଉଡ଼ନ୍ତା ବିମାନରେ ଜଣେ ଯାତ୍ରୀ ମରିଯିବାରୁ ‘ଇଣ୍ଡିଗୋ’ ପାଇଲଟ୍‌ କରାଚୀ ବିମାନ ବନ୍ଦରରେ ବିମାନ ଅବତରଣ କରିବା ଲାଗି ନିଷ୍ପତ୍ତି ନେଇଥିଲେ।