ପଇଡ଼ ପିଇ ବଞ୍ଚୁଛନ୍ତି ଜୀବନ

ପଇଡ଼ ପିଇ ବଞ୍ଚୁଛନ୍ତି ଜୀବନ

କେରଳ : କଥାଟି ଆଶ୍ଚର୍ଯ୍ୟ ଲାଗିଲେ ବି ସତ ! ଦୀର୍ଘ ୨୮ ବର୍ଷ ହେଲା କେବଳ ପଇଡ଼ ପିଇ ରହୁଛନ୍ତି । କେରଳର କସାରଗଡ଼ ଅଂଚଳର ଚନେ୍ଦାରାରେ ରହୁଥିବା ବାଳକୃଷ୍ଣ ପଲାଇ ଙ୍କୁ ଯେତେବେଳେ ୩୫ବର୍ଷ ହୋଇଥିଲା, ତାଙ୍କ ପେଟ ବେମାର ବାହାରିଥିଲା ।ଗାଷ୍ଠ୍ରୋଇସୋଫୋଗାଲ ରିଫ୍ଲକସ ରୋଗରେ ପିଡ଼ୀତ ବାଳକୃଷ୍ଣ ଯାହା ଖାଇଲେ ବାନ୍ତି ହୋଇଯାଉଥିଲା ।

ଡ଼ାକ୍ତରଙ୍କ ପରାମର୍ଶ କ୍ରମେ ସେ ନିୟମିତ ପଇଡ଼ ( ନାଳୀ ଓ ପାଣି ) ପିଇବା ପାଇଁ ପରାମର୍ଶ କରାଯାଇଥିଲା ।ମଝିରେ ମଝିରେ ଅନ୍ୟ ଖାଦ୍ୟ ଖାଉଥିଲେ ମଧ୍ୟ ତାଙ୍କ ଦେହରେ ଯାଉ ନଥିଲା । ତେଣୁ ପଇଡ଼ ଉପରେ ନିର୍ଭର କରିବା ପାଇଁ ମନ ଦୃଢ କରିଥିଲେ । ଏହାଦ୍ୱାରା ତାଙ୍କର ପେଟରୋଗ ଦୂର ହୋଇଯିବା ସହ ସ୍ୱାଭାବିକ ଜୀବନଯାପନ କରୁଛନ୍ତି ।

ପଇଡ଼ରେ କ୍ୟାଲସିୟମ, ମାଗ୍ନେସିୟମ, ସୋଡ଼ିୟମ ଓ ପୋଟାସିୟମ ପରି ଖଣିଜ ପ୍ରଚୁର ପରିମାଣରେ ରହୁଥିବାରୁ ତାହା ତାଙ୍କୁ ପ୍ରଭୂତ ଶକ୍ତି ଯୋଗାଇବା ସହ ଶରୀର ଗଠନରେ ସହାୟକ ହୋଇଛି । ତାଙ୍କ ବୟସରେ ଅନ୍ୟ ମାନଙ୍କ ଠାରୁ ଯଥେଷ୍ଟ ସୁସ୍ଥସବଳ ଥିବା ପରିବାର ଲୋକ କହିଛନ୍ତି ।