ଘର ସଜାଇବା ପାଇଁ ସରଳ ଉପାୟ

ଘର ସଜାଇବା ପାଇଁ ସରଳ ଉପାୟ

ସାଧାରଣତଃ ମହିଳାମାନେ ଘର ସଜାଇବାକୁ ବେଶୀ ଭଲପାଆନ୍ତି । ଏବେ ଖରାଦିନ ହେତୁ ଘର ପରିବେଶକୁ ଥଣ୍ଡା ରଖିବା ସହ ସୁନ୍ଦର କରି ସଜାଇବାକୁ ଚାହୁଁଥିଲେ, ଋତୁ ଅନୁସାରେ ସରଳ ଉପାୟ ଆପଣାନ୍ତୁ ।

ବଡ଼ କାନ୍ଥ ଘଣ୍ଟା ଲଗାନ୍ତୁ

ସାଧାରଣତଃ ଘର କାନ୍ଥରେ ବଡ଼ କାନ୍ଥ ଘଡ଼ି ଲାଗିଥିବା ଦେଖିବାକୁ ମିଳିଥାଏ । ଯାହା ଘରକୁ ଏକ ଆକର୍ଷଣୀୟ ଲୁକ୍‌ ଦେଇଥାଏ । ତେଣୁ ଘରକୁ ସଜାଇବାକୁ ଚାହୁଁଥିଲେ ଲିଭିଙ୍ଗ୍‌ ରୁମରେ ବଡ଼ କାନ୍ଥ ଘଣ୍ଟା ଲଗାଇ ସଜାଇପାରିବେ ।

ରଙ୍ଗିନ୍‌ କୁଶନ

ଖରାଦିନେ ବିଭିନ୍ନ ପ୍ରକାର ରଙ୍ଗ ମନକୁ ଆନନ୍ଦ ଦେବା ସହ ଓ ଶାନ୍ତି ପ୍ରଦାନ କରିଥାଏ । ତେଣୁ ଲିଭିଙ୍ଗ୍‌ ରୁମରେ ଥିବା ସୋଫାରେ ବିଭିନ୍ନ ରଙ୍ଗବେରଙ୍ଗର କୁଶନ ବ୍ୟବହାର କରିପାରିବେ । ଏହା ଘରର ସୌନ୍ଦର୍ଯ୍ୟ ବୃଦ୍ଧି କରିବା ସହ ଅତିଥିଙ୍କୁ ଆକର୍ଷିତ କରିଥାଏ ।

ଘରେ ଗଛ ଲଗାନ୍ତୁ

ବର୍ତ୍ତମାନ ସମୟରେ ଘର ସାଜସଜ୍ଜାରେ ଗଛର ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ରହିଛି । ତେଣୁ ଖରାଦିନେ ଏପରି ବୃକ୍ଷ ଲଗାନ୍ତୁ ଯାହା ଘରକୁ ଥଣ୍ଡା ସହ ଶାନ୍ତିବଜାୟ ରଖିବାରେ ସହାୟକ ହୋଇପାରିବ । ସେଥିପାଇଁ ଆପଣ ଚାହିଁଲେ ପିସ୍‌ ଲିଲି, ସ୍ପାଇଡର୍‌ ପ୍ଲାଣ୍ଟ ଲଗାଇପାରିବେ ।